ବାଣିଜ୍ୟ

V-Mart: ଭି-ମାର୍ଟର ରଜ କଲେକ୍ସନ ‘ଅଲ୍‌ ଏବାଉଟ୍‌ ହର୍‌’

ଦେଶର ଅଗ୍ରଣୀ ରିଟେଲ୍‌ ଷ୍ଟୋର୍‌ ଭି-ମାର୍ଟ ପକ୍ଷରୁ ରଜ ସଂକ୍ରାନ୍ତୀକୁ ଦୃଷ୍ଟିରେ ରଖି ଅଲ୍‌ ଏବାଉଟ୍‌ ହର୍‌ ନାମକ କଲେକ୍ସନ ଉନ୍ମୋଚନ କରାଯାଇଛି। ରଜ ସଂକ୍ରାନ୍ତୀର ଭାବରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଥିବା ଏହି କଲେକ୍ସନ ନାରୀତ୍ବ ଓ ମୌସୁମୀର...

ଭୁବନେଶ୍ବର: ଦେଶର ଅଗ୍ରଣୀ ରିଟେଲ୍‌ ଷ୍ଟୋର୍‌ ଭି-ମାର୍ଟ ପକ୍ଷରୁ ରଜ ସଂକ୍ରାନ୍ତୀକୁ ଦୃଷ୍ଟିରେ ରଖି ଅଲ୍‌ ଏବାଉଟ୍‌ ହର୍‌ ନାମକ କଲେକ୍ସନ ଉନ୍ମୋଚନ କରାଯାଇଛି। ରଜ ସଂକ୍ରାନ୍ତୀର ଭାବରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଥିବା ଏହି କଲେକ୍ସନ ନାରୀତ୍ବ ଓ ମୌସୁମୀର ଆଗମନକୁ ପାଳନ କରୁଛି। ବିଶ୍ବାସ ଓ ଷ୍ଟାଇଲ୍‌ର ସହ ପ୍ରତିଟି ଭୂମିକାରେ ଅବତୀର୍ଣ୍ଣ ହେଉଥିବା ମହିଳାମାନଙ୍କୁ ଏହି କଲେକ୍ସନ ସମ୍ମାନ ଜଣାଉଛି।

ଏହି କଲେକ୍ସନରେ ଏଥ୍‌ନିକ୍‌ ୱେୟାର ସୁଟ୍‌, ଷ୍ଟାଇଲିସ୍‌ କୁର୍ତି, ଫ୍ୟାସନ ଡେନିମ୍‌, ଟ୍ରେଣ୍ଡି ଟପ୍‌ ଓ ବିବିଧ ପ୍ରକାରର ପୋଷାକ ରହିଛି। ଉତ୍ସବ ଭେଟଘାଟଠାରୁ ଆରମ୍ଭ କରି ପରିବାର ମିଳନ ଓ ବନ୍ଧୁମାନଙ୍କ ଉତ୍ସବ ପାଳନ ପର୍ଯ୍ୟନ୍ତ ପ୍ରତିଟି ଅବସର ପାଇଁ ଏହି କଲେକ୍ସନରେ ପୋଷାକ ରହିଛି। ଏହି ଅବସରରେ ଗ୍ରାହକମାନଙ୍କ ପାଇଁ ଅଫର ଘୋଷଣା କରାଯାଇଛି। ୧୯୯୯ ଟଙ୍କାର ସପିଂ କଲେ ୧୪୯ ଟଙ୍କାରେ ଏକ ୫ ଲିଟର ଇନସୁଲେଟେଡ୍‌ ୱାଟର୍‌ ଜଗ କିମ୍ବା ଆଇରନ କିମ୍ବା ୨୯୯ ଟଙ୍କାରେ ଏକ ୩ ଲିଟର ବିଶିଷ୍ଟ ପ୍ରେସର କୁକର ମିଳିବ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button