ରାଜ୍ୟ

Senior Citizens Day: ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ, ଅକ୍ଷର ଏବଂ ସଂଖ୍ୟା ଶିଖୁଛନ୍ତି ନିରକ୍ଷର ବରିଷ୍ଠ ନାଗରିକ

ବଲାଙ୍ଗିର, ୦୧ \୧୦(ମୁକେଶ ବହିଦାର): ଆଖିରେ ମୋଟା ଚଷମା ଲାଗିଲାଣିି । କାହାର ହାତରେ ଆଗ ଭଳି ବଳ ନାହିଁ ତ’ ଆଉ କାହାର ପାଟିରେ ବି ସେତିକି ଦମ୍ଭ ନାହିଁ । ଏହାସ୍ବତ୍ତେ ସିଲଟରେ ବୁଲୁଛି ଅ…ଆ । ଆଙ୍ଗୁଠି ଗଣି ଚଳାଇଛନ୍ତି ହିସାବ । କାଗଜରେ ନିଜ ନାଁ ଲେଖିବାକୁ ଭରପୂର ଉଦ୍ୟମ କରୁଛନ୍ତି । ଏକଦା ନିରକ୍ଷର ବୋଲି ଟିପ ଦେଉଥିବା ପରିବାରର ବୟୋଜ୍ୟେଷ୍ଠମାନେ ଏବେ ଗର୍ବର ସହିତ ନିଜକୁ ସାକ୍ଷର କହୁଛନ୍ତି । ବହି, ପତ୍ରପତ୍ରିକା ପଢ଼ିବା ଓ ନିଜ ଦସ୍ତଖତ ଦେବାପରେ ଶିକ୍ଷିତ ବୋଲି ସେମାନେ ଆତ୍ମସମ୍ମାନରେ ବିଭୋର ।

ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗାଁରେ କୌଣସି କାରଣରୁ ଶିକ୍ଷାରୁ ଦୂରେଇ ଯାଇଥିବା ବରିଷ୍ଠ ନାଗରିକ ଏବେ ପୁଣିଥରେ ସେଥିରେ ଯୋଡ଼ି ହୋଇଛନ୍ତି । ସ୍କୁଲ ଯାଉଛନ୍ତି, ଅକ୍ଷର ଓ ସଂଖ୍ୟା ଶିଖୁଛନ୍ତି । ପାଠ ପଢ଼ିବା ପରେ ପରୀକ୍ଷା ଦେଇ ସାର୍ଟିଫିକେଟ ମଧ୍ୟ ପାଉଛନ୍ତି । ପରିଣତ ବୟସରେ ପୁଣି ସିଲଟ, ଖାତା, ସ୍କୁଲ, ପାଠପଢ଼ା କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସେସବୁ ଏନ୍ଆଇଏଲପି (ନ୍ୟୁ ଇଣ୍ଡିଆ ଲିଟିରେସି ପ୍ରୋଗାମ) ମାଧ୍ୟମରେ ସମ୍ଭବ ହୋଇପାରିଛି । ବିଭିନ୍ନ ବୟସର ବ୍ୟକ୍ତିବିଶେଷ ପୁଣିଥରେ ପାଠ ପଢୁଛନ୍ତି । ଅବଶ୍ୟ ସହର ଅପେକ୍ଷା ଗ୍ରାମାଞ୍ଚଳ, ବିଶେଷକରି ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହାକୁ ଆଦର ମିଳିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button