ମା’ ରାମାୟଣୀ ଗ୍ରାମଦେବତୀ

ଏହି ସାହିରେ ରହିଛି ଏକାମ୍ରକ୍ଷେତ୍ରର ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ରାମାୟଣୀ ଯାହା ସାହିର ଗ୍ରାମଦେବତୀ ଭାବେ ପୂଜା ପାଉଛନ୍ତି। ଏହି ଦେବୀ ପ୍ରାୟ ଚତୁର୍ଦ୍ଦଶ ଶତାବ୍ଦୀ ପୂର୍ବରୁ ଗଛମୂଳେ ପୂଜା ପାଉଥିଲେ। ପରେ ପରେ ମନ୍ଦିର  ନିର୍ମାଣ ହୋଇଥିଲା। ମା’ଙ୍କ ମନ୍ଦିର ନିକଟରେ ଦୁର୍ଗାଙ୍କ ମୂର୍ତ୍ତି ପୂଜା ହେଉଥିଲା। ସେଠାରେ ଏକ ସୋମନାଥ ମନ୍ଦିର ମଧ୍ୟ ଥିଲା। ତେବେ ଏହା ଭଗ୍ନ ଅବସ୍ଥାରେ ଥିଲା। ପ୍ରାୟ ୮୦ବର୍ଷ ତଳେ ସ୍ବର୍ଗତ ଲିଙ୍ଗରାଜ ମହାରଣା ଏହି ଶିବମନ୍ଦିରକୁ ମରାମତି କରିବା ସହ  ମା’ଦୁର୍ଗାଙ୍କୁ ପାର୍ଶ୍ବଦେବୀ ଭାବେ ସ୍ଥପନା କରିଥିଲେ।
ପ୍ରସନ୍ନ ପୂଜାପଣ୍ଡା, ସଭାପତି ପୂଜାପଣ୍ଡା ନିଯୋଗ

ଚନ୍ଦନଯାତ୍ରା ଶେଷ ଦିନ ମହାପ୍ରଭୁ ନିଯୋଗ ନିକଟକୁ ଆସନ୍ତି

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରାର ଶେଷ ଦିନ ହଳଦୀ ପାଣି ଦିବସରେ ସାହିମୁହଁରେ ଥିବା ନିଯୋଗ ନିକଟକୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆସନ୍ତି। ସେଠାରେ ଭେଟ ଆଳତି ଓ ଭୋଗ ଲାଗି କରାଯାଏ । ସେହିପରି ରୁକୁଣା ରଥଯାତ୍ରା ବେଳେ ବାହୁଡ଼ାରେ ରଥ ଫେରିଲା ବେଳେ ପଣା ଭୋଗ କରାଯାଏ। ପୂଜାପଣ୍ଡା ନିଯୋଗ ପକ୍ଷରୁ ସାହିର ଚନ୍ଦନ ଭୋଜି କରାଯାଏ। ଏଥିରେ ସବୁ ମୁରବି ଓ ସାହିଲୋକ ଏକାଠି ହୁଅନ୍ତି।  ଦଶହରାରେ ସବୁ ସାହି ଲୋକ ଏକାଠି ହୋଇ ହରପାର୍ବତୀ ପୂଜା କରନ୍ତି।  ଗଣେଶ ପୂଜା ମଧ୍ୟ କରାଯାଏ।

ଲିଙ୍ଗରାଜ ପୂଜାପଣ୍ଡା (ସେବାୟତ)