Soil Festival: ମାଟିର ମହୋତ୍ସବ

ଢେଙ୍କାନାଳ-ଅନୁଗୁଳ ଡେଭଲପ୍‌ମେଣ୍ଟ ଆସୋସିଏସନ୍ ପକ୍ଷରୁ ମାଟିର ମହୋତ୍ସବ-୨୦୨୬ ଆଜି ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ପାଳିତ ହୋଇଯାଇଛି। ଢେଙ୍କାନାଳ, ଅନୁଗୁଳ, ତାଳଚେର ଅଞ୍ଚଳରୁ.....

ଭୁବନେଶ୍ୱର: ଢେଙ୍କାନାଳଅନୁଗୁଳ ଡେଭଲପ୍‌ମେଣ୍ଟ ଆସୋସିଏସନ୍ ପକ୍ଷରୁ ମାଟିର ମହୋତ୍ସବ-୨୦୨୬ ଆଜି ସ୍ଥାନୀୟ ରବୀନ୍ଦ୍ରମଣ୍ଡପଠାରେ ପାଳିତ ହୋଇଯାଇଛି। ଢେଙ୍କାନାଳ, ଅନୁଗୁଳ, ତାଳଚେର ଅଞ୍ଚଳରୁ ଶତାଧିକ ଲୋକ ଏଥିରେ ଯୋଗ ଦେଇଥିଲେ। ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଭାଇଚାରାକୁ ସୁଦୃଢ଼ ରଖିବାକୁ ଅନୁଷ୍ଠାନର ଏହି ପ୍ରୟାସ ଜାରି ରହିବ ବୋଲି ଅନୁଷ୍ଠାନର ସଭାପତି ଡ. କୃଷ୍ଣଚନ୍ଦ୍ର ଆଇଚ କହିଥିଲେ। ଡ. ଆଇଚ କହିଥିଲେ, ଜିଲ୍ଲାର ବାଜି ରାଉତ, ବ୍ରଜନାଥ ବଡ଼ଜେନା, ସାରଙ୍ଗଧର ଦାସ, ବୀର ବୈଷ୍ଣବ ପଟ୍ଟନାୟକ, ରାଧାମୋହନ ଗଡ଼ନାୟକ, ମାଳତି ଚୌଧରୀ, ନନ୍ଦିନୀ ଶତପଥୀ, ମହେଶ ଚନ୍ଦ୍ର ସୁବାହୁସିଂହ, ମୂଷା ମଳିକ, ବ୍ରଜ କିଶୋର ଧଳ ପ୍ରମୁଖ ଅବିଭକ୍ତ ଜିଲ୍ଲାକୁ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅବିଭକ୍ତ ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରିବାରେ ଆମ ଅନୁଷ୍ଠାନ ପ୍ରତିଜ୍ଞାବଦ୍ଧ।

ଶ୍ବର କୋଣ ଅନୁକୋଣରେ ଥିବା ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମୂଳବାସିନ୍ଦାଙ୍କୁ ଏକାଠି କରିବାର ଆଜିର କାର୍ଯ୍ୟକ୍ରମ ଏକ କ୍ଷୁଦ୍ର ପ୍ରୟାସ। ଢେଙ୍କାନାଳ, ଅନୁଗୋଳ, ତାଳଚେର ଆଦି ଅଞ୍ଚଳର ଐତିହ୍ୟ ଓ କଳା କାରିଗରୀକୁ ଲୋକାଭିମୁଖୀ କରିବା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ପୁରାତନ ଐତିହ୍ୟ ପୀଠ ସମୁହର ପ୍ରଚାରପ୍ରସାର କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି ଅବସରରେ ପଦ୍ମଶ୍ରୀ ଡ. ଆଦିତ୍ୟ ପ୍ରସାଦ ଦାସ, ଅଦ୍ୱୈତ ଚରଣ ଗଡ଼ନାୟକ, ଡ. ଅନ୍ତର୍ଯ୍ୟାମୀ ମିଶ୍ର, ରମେଶ ଚନ୍ଦ୍ର ବାରିକ, ରତିକାନ୍ତ ଗଡ଼ନାୟକ ପ୍ରମୁଖକୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ସ୍ୱର୍ଣ୍ଣିମା’ର ଲୋକାର୍ପଣ କରାଯାଇଥିଲା। ଉତ୍ସବରେ ଢେଙ୍କାନାଳ ‘ବରା’ ମୁଖ୍ୟ ଆକର୍ଷଣ ଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ତଥା ସ୍ପର୍ଶ ହସ୍ପିଟାଲର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡା. ପ୍ରିୟବ୍ରତ ଧୀର, ସାଧାରଣ ସଂପାଦକ କିଶୋର ଚନ୍ଦ୍ର ମିଶ୍ର, ସହସାଧାରଣ ସଂପାଦକ ଅମ୍ବୁଜ କୁମାର ଶତପଥୀ, କାର୍ଯ୍ୟକାରୀ ସଭାପତି ଧନେଶ୍ୱର ସାହୁ, କୋଷାଧ୍ୟକ୍ଷ ସର୍ବେଶ୍ୱର ବରାଳ, ସଂଗଠନ ସଂପାଦକ ପ୍ରଦ୍ୟୋତ କୁମାର ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version