State Bankers Committee Meeting: ଋଣ ଯୋଜନାର ୬୯% ଲକ୍ଷ୍ୟ ହାସଲ:ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

୨୦୨୫ ଡିସେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକ ରାଜ୍ୟର ପ୍ରାଥମିକତା ‌କ୍ଷେତ୍ରକୁ ୧,୭୩,୬୬୨.୫୮ କୋଟି ଟଙ୍କାର ଋଣ ଦେଇଛନ୍ତି। ତାହା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ୨,୫୨,୦୯୫.୬୬ କୋଟି ଟଙ୍କା ଋଣ ଯୋଜନାର ୬୮.୮୯ ପ୍ରତିଶତ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି)ର ୧୮୨ତମ ବୈଠକରୁ ଜଣାପଡ଼ିଛି।

ଭୁବନେଶ୍ବର: ୨୦୨୫ ଡିସେମ୍ବର ସୁଦ୍ଧା ବ୍ୟାଙ୍କଗୁଡ଼ିକ ରାଜ୍ୟର ପ୍ରାଥମିକତା ‌କ୍ଷେତ୍ରକୁ ୧,୭୩,୬୬୨.୫୮ କୋଟି ଟଙ୍କାର ଋଣ ଦେଇଛନ୍ତି। ତାହା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ୨,୫୨,୦୯୫.୬୬ କୋଟି ଟଙ୍କା ଋଣ ଯୋଜନାର ୬୮.୮୯ ପ୍ରତିଶତ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି)ର ୧୮୨ତମ ବୈଠକରୁ ଜଣାପଡ଼ିଛି। ୟୁକୋ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅଶ୍ବିନୀ କୁମାରଙ୍କ ସୂଚନା ଅନୁସାରେ ଉଭୟ ପ୍ରାଥମିକତା ଓ ଅଣ-ପ୍ରାଥମିକତା କ୍ଷେତ୍ରକୁ ମିଶାଇ ୪ ଲକ୍ଷ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେଥିରୁ ୩.୯୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ୬୮ ପ୍ରତିଶତ ଓ ଏମ୍ଏସ୍‌ଏମ୍ଇରେ ୭୭ ପ୍ରତିଶତ ଲକ୍ଷ୍ୟ ହାସଲ ହୋଇଛି।

ରାଜ୍ୟରେ ଋଣ ଜମା ଅନୁପାତ ୭୩.୫୫ ପ୍ରତିଶତ ରହିଥିବା ବୈଠକରୁ ଜଣାପଡ଼ିଛି। ବୈଠକରେ ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ସହ ଋଣ ପ୍ରଦାନରେ ସମନ୍ବୟ ରକ୍ଷା କରିବାକୁ କହିଥିଲେ। ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର କିଷାନ କ୍ରେଡିଟ୍‌ କାର୍ଡ (କେସିସି)ରେ ଋଣ ପରିମାଣ ବଢ଼ାଇବା, ଶିକ୍ଷା, ଗୃହ, ରପ୍ତାନି କ୍ଷେତ୍ରକୁ ଅଧିକ ଋଣ ଦେବା ଓ ଏସ୍‌ଏଚ୍‌ଜି ଋଣ ଲିଙ୍କେଜ୍‌ରେ ଉନ୍ନତି ଆଣିବାକୁ କହିଥିଲେ।

ସିକେୱାଇସି ପ୍ରକ୍ରିୟାର ସରଳୀକରଣ କରିବାକୁ ବ୍ୟାଙ୍କଗୁଡ଼ିକୁ କହିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଡ. ସାରଦା ପ୍ରସନ୍ନ ମହାନ୍ତି ନିମ୍ନ ପ୍ରଦର୍ଶନ ଥିବା ଜିଲ୍ଲାଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ବ୍ୟାଙ୍କଗୁଡ଼ିକୁ କହିଥିଲେ। ଏହି ଅବସରରେ ଏମ୍ଏସ୍‌ଏମ୍‌ଇ ସଚିବ ରଶ୍ମିତା ପଣ୍ଡା, ୟୁକୋ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଗୌତମ ପାତ୍ର, ଏସ୍‌ଏଲ୍‌ବିସି ପ୍ରଭାରୀ ଲିଙ୍ଗରାଜ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Exit mobile version