Site icon Swayam News

Statement Bjp Vijaypal-singh-Tomar: ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ, ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଯୋଜନା ନାହିଁ

ଭୁବନେଶ୍ବର: ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ। ଆଜି ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର୍। ସେ କହିଛନ୍ତି, ତାଲିକା ପ୍ରସ୍ତୁତ ହୋଇସାରିଛି। କେନ୍ଦ୍ରର ମଞ୍ଜୁରୀ ମିଳିବା ପରେ ଘୋଷଣା କରାଯିବ। ତେବେ ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ଯୋଜନା ନାହିଁ।

ବିଜେପି ସରକାରର ୧୬ ମାସର ସଫଳତା ହିଁ ନୂଆପଡ଼ା ଉପନିର୍ବାଚନର ବିଜୟର କାରଣ

ବିଜେପି ସରକାରର ୧୬ ମାସର ସଫଳତା ହିଁ ନୂଆପଡ଼ା ଉପନିର୍ବାଚନର ବିଜୟ ବୋଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର୍ କହିଛନ୍ତି।

ସୂଚନାଯୋଗ୍ୟ, ବିଜୟପାଲ ସିଂ ତୋମାର୍ ଗତ ସେପ୍ଟେମ୍ବର ମାସରେ କହିଥିଲେ, ଚଳିତ ମାସରେ ବହୁତ କିଛି ହେବାକୁ ଯାଉଛି। ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଖୁବ ଶୀଘ୍ର ଏନେଇ କାର୍ଯ୍ୟକ୍ରମ ନିର୍ଣ୍ଣୟ ହେବ। ମୋଦୀଜୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ଯେତେବେଳେ ଓଡ଼ିଶା ଗସ୍ତରେ ଆସନ୍ତି, ସେତେବେଳେ ଓଡ଼ିଶାକୁ କିଛି ନା କିଛି ଦେଇ କରି ଯାଇଥାନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀଙ୍କର ସବୁ ସମୟରେ ଫୋକସରେ ଥାଏ ଓଡ଼ିଶା। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡିଶାକୁ ଏକ ବର୍ଷରେ ସାତ ଥର ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫୋକସରେ ସବୁବେଳେ ଯୁବ ବର୍ଗ। ଏହା ତାଙ୍କର ପ୍ରାଥମିକତା।

 

ସୌଜନ୍ୟ – ସମ୍ବାଦ

Exit mobile version