ଭଞ୍ଜନଗର ୨୫।୦୪ : ଗଞ୍ଜାମର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା । ଗିରଫ ୫ ଅଭିଯୁକ୍ତଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ପୋଲିସ । ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ। ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରଙ୍କୁ ପୋଲିସ ରିମାଣ୍ଡରେ ନେଇ ତନାଘନା କରିବ।
ସେପଟେ ସୁଧୀର ପାତ୍ରଙ୍କୁ ଡିଫେନ୍ସ କଲୋନୀ ନିକଟରୁ ଯେଉଁ ଗାଡ଼ିରେ ଅପହରଣ କରାଯାଇଥିଲା, ସେହି ଗାଡିକୁ ଜବତ କରିଛି ଗୋପାଳପୁର ପୋଲିସ। ଏହି ଗାଡ଼ିରେ ଅପହରଣ କରିନେଉଥିବା ବେଳେ ପୁରୁଷୋତ୍ତମପୁର ନିକଟରେ ଗାଡି ଖରାପ ହେବାରୁ ଅନ୍ୟ ଏକ ଗାଡ଼ିରେ ସୋରଡ଼ା ଅଭିମୁଖେ ନେଇଥିଲେ । ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ତାଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନ ମିଶି ଅପହରଣ ଓ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ।
ପୋଲିସର ଏହି ରିମାଣ୍ଡରେ ହତ୍ୟା ପଛର କାରଣ ଏବଂ କେମିତି ହତ୍ୟା କରିଲେ । ସେନେଇ ଜେରା କରିବ ପୋଲିସ । ସେହିପରି ହତ୍ୟା ପଛରେ ଆଉ କିଛି କାରଣ ଅଛି କି ନାହିଁ । ସେଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।
ସୌଜନ୍ୟ Prameya News7

