ରାଉରକେଲା: ମାନୁଆଲ୍ ଟ୍ରେଡ୍ମିଲ୍ରେ ଅନବରତ ୪୮ ଘଣ୍ଟା ଦୌଡ଼ି ନୂଆ ବିଶ୍ବ କୀର୍ତ୍ତିମାନ କରିଛନ୍ତି ରାଉରକେଲାର ଅଲ୍ଟ୍ରା ରନର୍ ସୁମିତ ସିଂହ। ଗତ ଶନିବାର ସନ୍ଧ୍ୟାରୁ ସୋମବାର ସନ୍ଧ୍ୟା ୬ଟା ଯାଏଁ ସେ ଟ୍ରେଡ୍ମିଲ୍ରେ ୨୦୧.୫ କିଲୋମିଟର ଦୌଡ଼ିଥିଲେ। ଫଳରେ ଦ୍ବିତୀୟଥର ପାଇଁ ତାଙ୍କ ନାଁ ଗିନିଜ୍ ବିଶ୍ବ ରେକର୍ଡରେ ଲିପିବଦ୍ଧ ହେବା ପ୍ରାୟ ନିଶ୍ଚିତ ହୋଇଛି। ତେବେ ଏନେଇ ଭିଡିଓ ଓ ଆନୁଷଙ୍ଗିକ ପ୍ରମାଣ ସହ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି କହିଛନ୍ତି ସୁମିତ।

