ମୁଖ୍ୟବକ୍ତା ବିଶିଷ୍ଟ ଗବେଷକ ଫଣୀନ୍ଦ୍ର ଭୂଷଣ ନନ୍ଦ କହିଲେ, ପଣ୍ଡିତ ନୀଳମଣି ଆଜୀବନ ସାମ୍ବାଦିକ ଥିଲେ। ‘ସଂସ୍କାରକ’, ‘ସମ୍ବଲପୁର ହିତୈଷିଣୀ’, ‘ଉତ୍କଳ ମଧୁପ’, ଉତ୍କଳ ଦୀପିକା, ‘ପ୍ରଜାବନ୍ଧୁ’ ଆଦି ସମ୍ବାଦପତ୍ରର ସମ୍ପାଦନା କରି ଓଡ଼ିଆ ପତ୍ରିକା ସଂପାଦନା ଓ ଶୁଦ୍ଧ ପାଠ୍ୟପୁସ୍ତକ ସମ୍ପାଦନାକୁ ଉଚ୍ଚତର ସୋପାନକୁ ଦେଇଥିଲେ। ସମ୍ମାନିତ ଅତିଥି ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଂପାଦକ କୃଷ୍ଣକେଶବ ଷଡ଼ଙ୍ଗୀ କହିଲେ ଯେ ପଣ୍ଡିତ ବିଦ୍ୟାରତ୍ନ ଥିଲେ ସାମ୍ବାଦିକତାର ଭୀଷ୍ମ ପିତାମହ। ଜଣେ ପତ୍ରିକା ସମ୍ପାଦକ ଭାବରେ ସେ ଉଚ୍ଚାରଣ ଏବଂ ଲେଖାର ଶୁଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ  (ବୈଷୟିକ) ଗୁରବୀର ସିଂହ ସ୍ୱାଗତ ଭାଷଣ ଦେଇଥିଲେ। ବିଭାଗୀୟ ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶନୀ ଧନ୍ୟବାଦ ଦେଇଥିଲେ। ଲୋକସମ୍ପର୍କ ଅଧିକାରୀ ରୋଜାଲିନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବାହ୍ଣରେ ଜୟଦେବବିହାର ଛକ ନିକଟ ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।