Trump: ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଅଶୋଧିତ ତେଲ ୯୬ ଡଲାରକୁ କମିଲା

ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ନେଇ ଦେଇଥିବା ଧମକକୁ ୫ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ତଳକୁ ଖସିଛି। ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲ ୧୫ ପ୍ରତିଶତ ହ୍ରାସ ପାଇ ୯୬ ଡଲାରକୁ ଆସିଯାଇଥିବାବେଳେ ୟୁଏସ୍‌ ୱେଷ୍ଟ୍‌ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌ ଦର ୧୩.୫ ପ୍ରତିଶତ ହ୍ରାସ ଘଟି ୮୫.୨୮ ଡଲାରରେ ରହିଛି।

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ନେଇ ଦେଇଥିବା ଧମକକୁ ୫ ଦିନ ପାଇଁ ସ୍ଥଗିତ ରଖିଛନ୍ତି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ତଳକୁ ଖସିଛି। ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲ ୧୫ ପ୍ରତିଶତ ହ୍ରାସ ପାଇ ୯୬ ଡଲାରକୁ ଆସିଯାଇଥିବାବେଳେ ୟୁଏସ୍‌ ୱେଷ୍ଟ୍‌ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌ ଦର ୧୩.୫ ପ୍ରତିଶତ ହ୍ରାସ ଘଟି ୮୫.୨୮ ଡଲାରରେ ରହିଛି।

ହର୍ମୁଜ ପ୍ରଣାଳୀକୁ ସଂପୂର୍ଣ୍ଣ ନଖୋଲିଲେ ଆମେରିକା ଇରାନର ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ କରିବେ ବୋଲି ଟ୍ରମ୍ପ ପୂର୍ବରୁ ଚରମ ବାଣୀ ଦେଇଥିଲେ। ଏଥିପାଇଁ ଇରାନକୁ ୪୮ ଘଣ୍ଟା ସମୟସୀମା ଦେଇଥିଲେ। ତେବେ ଇରାନର ରିଭୋଲ୍ୟୁସନାରି ଗାର୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ଖାତିର ନକରି ଇସ୍ରାଏଲର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରିବ ବୋଲି କହିଥିଲା। କିନ୍ତୁ ବର୍ତ୍ତମାନ ସେହି ଆଶଙ୍କା ୫ ଦିନ ପାଇଁ ଟଳିଯାଇଛି।

ଉଲ୍ଲେଖଯୋଗ୍ୟ, ହର୍ମୁଜ ପ୍ରଣାଳୀ ଦେଇ ବିଶ୍ବର ପାଖାପାଖି ୨୦ ପ୍ରତିଶତ ଅଶୋଧିତ ତେଲ ଏବଂ ପ୍ରାକୃତିକ ଗ୍ୟାସ୍‌ ବଜାରକୁ ଆସିଥାଏ। ଏହା ପ୍ରାୟତଃ ବନ୍ଦ ହୋଇଯାଇଛି। ଶତ୍ରୁପକ୍ଷ ଦେଶର ଜାହାଜକୁ ଆକ୍ରମଣ ଧମକ ଇରାନ ଦେବା ପରେ ଜାହାଜ ଚଳାଚଳ ପ୍ରାୟତଃ ଠପ୍‌ ହୋଇଯାଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ମଧ୍ୟପ୍ରାଚ୍ୟରେ ଦୈନିକ ୭ ନିୟୁତରୁ ୧୦ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଉତ୍ପାଦନ ହୋଇଥାଏ। ଭାରତ ବି ମଧ୍ୟପ୍ରାଚ୍ୟ ବଜାର ଉପରେ ଏହାର ତେଲ ଏବଂ ଗ୍ୟାସ ଆବଶ୍ୟକତା ପୂରଣ ପାଇଁ ବହୁମାତ୍ରାରେ ନିର୍ଭର କରିଥାଏ।

 

 

 

ସୌଜନ୍ୟ ସମ୍ବାଦ

Exit mobile version