ମହାନଗର

Jewellery Insurance ସ୍ୱର୍ଣ୍ଣାଳଙ୍କରର ହେଉଛି ବୀମା, ମାମୁଲି ଖର୍ଚ୍ଚରେ ସୁରକ୍ଷିତ ରହିବ ଆପଣଙ୍କ ସୁନା

ନୂଆଦିଲ୍ଲୀ: ଭାରତରେ ସୁନା କେବଳ ଏକ ଧାତୁ ନୁହେଁ ବରଂ ପରିବାରମାନଙ୍କ ପିଢୀ ପରେ ପିଢୀର ଜମା ପୁଞ୍ଜି ଓ ସାମାଜିକ ସୁରକ୍ଷାର ପ୍ରତୀକ। ହେଲେ ଆଜି ଯେବେ ସୁନା ମୂଲ୍ୟ ତାର ଐତିହାସିକ ସ୍ତରରେ ପହଞ୍ଚିଛି ଓ ୧୦ ଗ୍ରାମ ସୁନା ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କା ପାର ହୋଇ ଯାଇଛି ସେତେବେଳେ ସୁନାର ସୁରକ୍ଷା ଚିନ୍ତାର କାରଣ ପାଲଟିବା ବାସ୍ତବିକ। ମୂଲ୍ୟ ବୃଦ୍ଧି ସହିତ ସ୍ୱର୍ଣ୍ଣାଳଙ୍କାର ପାଇଁ ରିସ୍କ ମଧ୍ୟ ବଢି ଯାଇଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯାହା ତାହା ହେଉଛି ଦେଶରେ ଲୋକେ ସୁନା ତ କିଣୁଛନ୍ତି ହେଲେ ଏହାର ସୁରକ୍ଷା ପାଇଁ ବୀମା ଅର୍ଥାତ ଇନସ୍ୟୁରାନ୍ଡ ଆଡକୁ ଏପର୍ଯ୍ୟନ୍ତ ଧ୍ୟାନ ଦେଇ ନାହାନ୍ତି। ଏହି ଅବହେଳା ଏବେ ଗ୍ରାହକ ଓ ଜ୍ୱେଲର ଉଭୟଙ୍କ ପାଇଁ ଚୋରି ଓ କ୍ଷତି ଭଳି ଆର୍ଥିକ ସମସ୍ୟା ପ୍ରତି ଅସୁରକ୍ଷିତ କରୁଛି।

ସୁନା ମହଙ୍ଗା ହେବା ଯୋଗୁ ବଢିଛି ସିନ୍ଧି ଚୋରି
ଯେତେବେଳେ ଘରେ ରଖା ଯାଇଥିବା ସୁନାର ମୂଲ୍ୟ ବଢି ଯାଏ ସେତେବେଳେ ଚୋରି ଭୟ ରହିବା ସ୍ୱଭାବିକ। ଆଜିର ସମୟରେ ଘର ଟ୍ରେଜରୀରେ ସୁନା ରଖିବା ପୂର୍ବାପେକ୍ଷା ଅଧିକ ସମସ୍ୟାର କାରଣ ପାଲଟିଛି। କେବଳ ସାଧାରଣ ଲୋକେ ନୁହନ୍ତି ଜ୍ୱେଲର ଓ ବ୍ୟବସାୟୀଙ୍କ ଲାଗି ମଧ୍ୟ ଏହା ଚ୍ୟାଲେଞ୍ଜ ପାଲଟିଛି। ସେମାନଙ୍କ ଷ୍ଟକ୍ ଏବେ ପୂର୍ବାପେକ୍ଷା ଅନେକ ଗୁଣା ମହଙ୍ଗା ହୋଇଯାଇଛି। ଯାହାକୁ ଷ୍ଟୋର କରିବା, ଗ୍ରାହକଙ୍କୁ ଦେଖାଇବା ଓ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ପଠେଇବା କାଳରେ ଲୁଟ ହୋଇଯିବାର ଭୟ ରହୁଛି। ଦିନକୁ ଦିନ ଏହି ରିସ୍କ ବଢୁଥିଲେ ମଧ୍ୟ ଲୋକେ ଏ ଆଡକୁ ଧ୍ୟାନ ଦେଉ ନାହାନ୍ତି।

ଜ୍ୱେଲରୀ ଇନସ୍ୟୁରାନ୍ସରୁ ମିଳିବ କଣ?
ଜ୍ୱେଲର୍ସ ଙ୍କ ଲାଗି ବଜାରରେ ‘ଜ୍ୱେଲର ବ୍ଲକ ଇନସ୍ୟୁରାନ୍ସ’ ଭଳି ସ୍ୱତନ୍ତ୍ର ପଲିସି ରହିଛି, ଯାହାକୁ ଏହି ବ୍ୟବସାୟକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏଥିରେ ନା କେବଳ ଚୋରି, ସିନ୍ଧିଚୋରୀ ଓ ଲୁଟ ଭଳି ସାଧାରଣ ବିପଦ କଭର ହେବା ସହ ନିଆଁ ଲାଗିଯିବା, ପ୍ରକୃତିକ ବିପର୍ଯ୍ୟରୁ ହେବାକୁ ଥିବା କ୍ଷୟକ୍ଷତିର ମଧ୍ୟ ଭରଣା ହେଉଛି। ଏଥିରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ଠକେଇ କୁ ମଧ୍ୟ ସାମିଲ କରାଯାଇଛି। ଏହାଛଡା ଟ୍ରାଞ୍ଜିଟ ଇନସ୍ୟୁରାନ୍ସ ମାଧ୍ୟମରେ ମାଲ କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବା କାଳରେ ହେବାକୁ ଥିବା ଅଘଟଣରୁ ମଧ୍ୟ ସୁରକ୍ଷା ମିଳିଥାଏ।

ଗ୍ରାହକଙ୍କ ଲାଗି କାହିଁକ ଜରୁରି ବୀମା?
ଜ୍ୱେଲରୀ କେବଳ ଏକ ନିବେଶ ନୁହେଁ ଏହା ଲୋକଙ୍କ ଭାବନା ସହିତ ମଧ୍ୟ ଜଡିତ। ସୁନାର ଏବେକା ମୂଲ୍ୟ ଉପରେ ନଜର ପକାଇଲେ ଯଦି କୌଣସି ଅଘଟଣ ଘଟି ଯାଏ ଚୋରି ବା ହଜି ଯାଏ ତେବେ ଦ୍ୱିତୀୟବାର କିଣିବା ଆଜିର ସମୟରେ ବହୁତ କଠିନ। ଏଥିରେ ଜ୍ୱେଲରୀ ଇନସ୍ୟୁରାନ୍ସ ଚୋରି ଓ ଦୁର୍ଘଟଣା କ୍ଷୟକ୍ଷତିରେ ଆର୍ଥିକ ଢାଲ ଭଳି କାମ କରିଥାଏ। ଏହି କ୍ଷତିର ପୁରା ବୋଝ ଯେପରି ଆପଣଙ୍କ ପକେଟ ଉପରେ ନ ପଡେ ଏହି ବୀମା ସୁନିଶ୍ଚିତ କରିଥାଏ।

ସୌଜନ୍ୟ Prameya News7

Show More
Back to top button