Ranji Trophy: ରଣଜୀ ଟ୍ରଫି ପ୍ରଥମ ଦିନରୁ ଭଲ ଆରମ୍ଭ: ଗୌରବ-ସନ୍ଦୀପଙ୍କ ଶତକ ଭାଗୀଦାର
ରଣଜୀ ଟ୍ରଫିର ନୂଆ ଋତୁ (୨୦୨୬-୨୭)ର ପ୍ରଥମ ଦିନ ଓଡ଼ିଶା ପ୍ରଶଂସନୀୟ ଆରମ୍ଭ କରିଛି। ଗୁଜରାଟ ବିପକ୍ଷ ମୁକାବିଲାରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ବିନିମୟରେ ୨୭୨ ରନ୍ ସଂଗ୍ରହ କରି ବଡ଼ ସ୍କୋର୍ ସମ୍ଭାବନା ସୃଷ୍ଟି କରିଛି।

ଭୁବନେଶ୍ବର: ରଣଜୀ ଟ୍ରଫିର ନୂଆ ଋତୁ (୨୦୨୬-୨୭)ର ପ୍ରଥମ ଦିନ ଓଡ଼ିଶା ପ୍ରଶଂସନୀୟ ଆରମ୍ଭ କରିଛି। ଗୁଜରାଟ ବିପକ୍ଷ ମୁକାବିଲାରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ବିନିମୟରେ ୨୭୨ ରନ୍ ସଂଗ୍ରହ କରି ବଡ଼ ସ୍କୋର୍ ସମ୍ଭାବନା ସୃଷ୍ଟି କରିଛି। ଓପନର୍ ଗୌରବ ଚୌଧୁରୀଙ୍କ ଅପରାଜିତ ଶତକ ଏବଂ ମଧ୍ୟକ୍ରମ ବ୍ୟାଟର୍ ସନ୍ଦୀପ ପଟ୍ଟନାୟକଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଓଡ଼ିଶା ଏଭଳି ସୁଯୋଗ ପାଇଛି। ଅହମଦାବାଦସ୍ଥିତ ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ‘ବି’ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମ ଦିନ ଓଡ଼ିଶା ପାଇଁ ସବୁ ଠିକ ବିତିଛି। ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅବଶ୍ୟ ଓଡ଼ିଶା ଦ୍ବିତୀୟ ଓଭରରେ ସ୍ବସ୍ତିକ ସାମଲ (୯)ଙ୍କୁ ହରାଇଥିଲା। କିନ୍ତୁ ପଦାର୍ପଣକାରୀ ଓମ୍ ଟି ମୁଣ୍ଡେ ଧୈର୍ଯ୍ୟର ସହ ଖେଳିଥିଲେ। ୮୪ ବଲ୍ରୁ ୬ ଚୌକା ସହାୟତାରେ ୩୭ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ତର୍ଜାତୀୟ ଖେଳାଳି ହର୍ଷଲ ପଟେଲ୍ଙ୍କ ବୋଲିଂରେ ଉର୍ଭିଲ ପଟେଲ୍ ୱିକେଟ୍ ପଛପଟେ ନେଇଥିଲେ ତାଙ୍କ କ୍ୟାଚ୍।
ସୌଜନ୍ୟ ସମ୍ବାଦ




