ଖେଳ

Ranji Trophy: ଦଳ ଚୟନକୁ ନେଇ ମନ୍ତବ୍ୟ ଦେବା ବନ୍ଦ କରିଦେଇଛି: ସାମି

ନିଜ ଫିଟ୍‌ନେସ୍‌ ଓ ବୋଲିଂର ଲୟକୁ ନେଇ ହେଉଥିବା ସମାଲୋଚନାର ଜବାବ ଦେଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ବାହାରର ସମାଲୋଚନା ଉପରେ ଧ୍ୟାନ ନଦେଇ କ୍ରିକେଟ୍‌ ଖେଳିବା ଉପରେ ସେ ଗୁରୁତ୍ୱ ଦେଉଥିବା କହିଛନ୍ତି।

ନୂଆଦିଲ୍ଲୀ: ନିଜ ଫିଟ୍‌ନେସ୍‌ ଓ ବୋଲିଂର ଲୟକୁ ନେଇ ହେଉଥିବା ସମାଲୋଚନାର ଜବାବ ଦେଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ବାହାରର ସମାଲୋଚନା ଉପରେ ଧ୍ୟାନ ନଦେଇ କ୍ରିକେଟ୍‌ ଖେଳିବା ଉପରେ ସେ ଗୁରୁତ୍ୱ ଦେଉଥିବା କହିଛନ୍ତି। ଜାତୀୟ ଦଳରେ ଚୟନ ନହେବା ସମ୍ପର୍କରେ ସେ କହିଛନ୍ତି ଯେ ଏବେ ଚୟନକୁ ନେଇ ମନ୍ତବ୍ୟ ଦେବା ବନ୍ଦ କରିଦେଇଛନ୍ତି। ତାଙ୍କର କାମ ହେଉଛି କ୍ରିକେଟ୍‌ ଖେଳିବା ଏବଂ ସେଥିରେ ହିଁ ସେ ଧ୍ୟାନ ଦେବେ।

ଦୃଷ୍ଟିଆକର୍ଷଣ କରିବାକୁ ଚେଷ୍ଟା

ରବିବାର କଲ୍ୟାଣୀରେ ୨୦୨୬-୨୭ ରଣଜୀ ଟ୍ରଫି ସିଜିନ୍‌ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ବିପକ୍ଷରେ ବେଙ୍ଗଲ ପାଇଁ ଖେଳି ସାମି ୪ଟି ୱିକେଟ୍‌ ନେଇଥିଲେ। ତାଙ୍କର ୩୦ ରନ୍‌ ବିନିମୟରେ ୪ ୱିକେଟ୍‌ ସଫଳତା ଯୋଗୁଁ ପ୍ରଥମ ଦିନରେ ଦିଲ୍ଲୀ ୨୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଏହି ପ୍ରଦର୍ଶନ ସହ ସେ ପୁଣି ଚୟନକର୍ତ୍ତାଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି।

ଜାତୀୟ ଦଳରୁ ବାଦ୍‌

୩୬ ବର୍ଷୀୟ ସାମି ଦୀର୍ଘଦିନ ଧରି ଜାତୀୟ ଦଳରୁ ବାଦ୍‌ ପଡ଼ିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ସିରିଜ୍‌ ପାଇଁ ମଧ୍ୟ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ। କିନ୍ତୁ ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଜାତୀୟ ଦଳକୁ ଫେରିଛନ୍ତି। ଭୁବନେଶ୍ବରଙ୍କ ଏହି ପ୍ରତ୍ୟାବର୍ତ୍ତନକୁ ସାମି ସମର୍ଥନ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button