Site icon Swayam News

UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…

ନୂଆଦିଲ୍ଲୀ: ବୁଡ଼ିଲା ୟୁଏଇ । ପ୍ରବଳ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି । ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ UAEର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିଲା । ପାଣି ଛିଡା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ଏକପ୍ରକାର ଠପ ହୋଇଛି । ବନ୍ୟା ପାଣି ଲୋକଙ୍କୁ ଘର ଭିତରେ ପଶିଛି । କିଛି ସ୍ଥାନରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା । ଯାହା ଫଳରେ ଜଳ ପାଇଁ ଜନଜୀବନ ଏକଦମ ବନ୍ଦ ହୋଇପଡିଥିଲା ।

ପ୍ରବଳ ବର୍ଷା ବଢାଇଲା ଚିନ୍ତା

ମଧ୍ୟପ୍ରାଚ୍ୟ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସମସ୍ତଙ୍କୁ ଚକିତ କରିଛି । ଯେଉଁଠାରେ କ୍ୱଚିତ୍ ବର୍ଷା ହୁଏ ଏବେ ଏତେ ପରିମାଣରେ ବର୍ଷା ସ୍ଥିତିକୁ ବେହାଲ କରିଛି । ଦେଶ ଯେତେବେଳେ ବଡ଼ ଦିନ ଛୁଟି ପାଇଁ ପ୍ରସ୍ତୁତ ହେଉଛି ସେହି ସମୟରେ ବନ୍ୟା ଚିନ୍ତା ସୃଷ୍ଟି କରିଛି ।

ତେବେ ଗୁରୁବାର ବିଳମ୍ବିତ ରାତିରେ ଦୁବାଇରେ ପ୍ରବଳ ବର୍ଷା ହୋଇଥିଲା, ତା’ପରେ ରାଜଧାନୀ ଆବୁଧାବିରେ ରାତିସାରା ଝଡ଼ ହୋଇଥିଲା। ଶୁକ୍ରବାର ସକାଳ ସୁଦ୍ଧା ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ବନ୍ୟା ପାଇଁ ଅନେକ ବିମାନ ବାତିଲ କରାଯାଇଛି । ରାସ୍ତାରେ ପାଣି ଜମିଥିବାରୁ ଜନଜୀବନ ଠପ୍ ହୋଇଛି ।

 

ସୌଜନ୍ୟ ସମ୍ବାଦ

Exit mobile version