Shooting: ହରିୟାଣାରେ ଜିମ୍ ମାଲିକଙ୍କ ଉପରେ ବିଷ୍ଣୋଇ ଗ୍ୟାଙ୍ଗ୍ର ଗୁଳିମାଡ଼
ହରିୟାଣାର ହଂସୀରେ ଜଣେ ଜିମ୍ ମାଲିକଙ୍କ ଉପରକୁ ବାଇକ୍ରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଛନ୍ତି। ମାତ୍ର ୫ ସେକେଣ୍ଡରେ ସେମାନେ ୧୦ ରାଉଣ୍ଡ ଗୁଳି ଚଳାଇଛନ୍ତି ଏବଂ ଏଥିରେ ଜିମ୍ ମାଲିକଙ୍କର ମୃତ୍ୟୁ ହୋଇଯାଇଛି।

ନୂଆଦିଲ୍ଲୀ: ହରିୟାଣାର ହଂସୀରେ ଜଣେ ଜିମ୍ ମାଲିକଙ୍କ ଉପରକୁ ବାଇକ୍ରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରିଛନ୍ତି। ମାତ୍ର ୫ ସେକେଣ୍ଡରେ ସେମାନେ ୧୦ ରାଉଣ୍ଡ ଗୁଳି ଚଳାଇଛନ୍ତି ଏବଂ ଏଥିରେ ଜିମ୍ ମାଲିକଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣା ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏକ ଅଡିଓ ବାର୍ତ୍ତା ଜାରି କରି ନିଜକୁ ଦାୟୀ କରିଛି।
ଗ୍ୟାଙ୍ଗଷ୍ଟର ହରି ବକ୍ସର ଏହି ଅଡିଓ ବାର୍ତ୍ତା ଜାରି କରିଛି। ଗୁରୁବାର ସକାଳ ପ୍ରାୟ ୫.୩୦ ସମୟରେ ହଂସୀର ଫୱରା ଚୌକ ନିକଟରେ ଉକ୍ତ ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ ୨ ଜଣ ଆକ୍ରମଣକାରୀ ହେଲମେଟ୍ ପିନ୍ଧି ଆସି ଏକ ମୋଟରସାଇକେଲ୍ରେ ପହଞ୍ଚିଥିଲେ ଏବଂ ସେମାନେ ଜିମ୍ ପରିଚାଳକ କପିଲଙ୍କ ଉପରେ ୧୯ ରାଉଣ୍ଡ ଗୁଳି ଚଳାଇଥିଲେ। ଅତି ପାଖରୁ ସେମାନେ କପିଲଙ୍କ ମୁଣ୍ଡ ଏବଂ ପିଠିକୁ ଟାର୍ଗେଟ୍ କରି ଗୁଳି ମାରିଥିଲେ। କପିଲଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ଅନ୍ୟପକ୍ଷେ ଗୁଳି ବାଜିବା ଯୋଗୁ ଶିଖା ନାମକ ଜଣେ ମହିଳା ଆହତ ହୋଇଛନ୍ତି। ସେ ହିସାରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ହରି ବକ୍ସର ଜାରି କରିଥିବା ଅଡିଓ ବାର୍ତ୍ତାରେ କହିଛି ଯେ, ‘ ମୁଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ହରି ବକ୍ସର’। ହଂସୀରେ ରେଡ ଜିମ୍ ପରିଚାଳକ କପିଲର ହତ୍ୟା ମୋ ଦ୍ବାରା ହୋଇଛି।
ମୁଁ ଆର୍ଡି ଧଲିୱାଲ, ହର୍ମନ ସନ୍ଧୁ ଏବଂ ବିକ୍ରମ କଢ଼ଲ ଏଥିପାଇଁ ନିଜକୁ ଦାୟୀ କରୁଛୁ। ସେ ପୁଣିଥରେ ଅଭିଯୋଗ କରିଛି ଯେ କପିଲ ପୂର୍ବରୁ ଶେଖପୁରା ଧରିକପୁରିୟାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଲୋକଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ ଏବଂ ସେ ଜଣେ ଷଡ଼ଯନ୍ତ୍ରକାରୀର ଭୂମିକା ନିର୍ବାହ କରିଥିଲେ। ପୂର୍ବରୁ ତାଙ୍କୁ ଗ୍ୟାଙ୍ଗ୍ ଦ୍ବାରା ଏନେଇ ଚେତାବନୀ ଦିଆଯାଇଥିଲା ବୋଲି ସେ କହିଛନ୍ତି। ହରି ବକ୍ସର ଦାବି କରିଛନ୍ତି ଯେ ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଟାର୍ଗେଟ୍ କରାଯିବ।
ସୌଜନ୍ୟ ସମ୍ବାଦ




