ଦେଶ ବିଦେଶ

Union Cabinet Approves: ୨୫,୪୭୩ କୋଟିର ୪ଟି ପ୍ରସ୍ତାବରେ ମୋହର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ୨୫,୪୭୩ କୋଟି ଟଙ୍କାର ୪ଟି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ, ୨୮୧୪ କୋଟି ଟଙ୍କା ଅଟକଳର ଗୁରୁତ୍ବପୂର୍ଣ୍ଣ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ୨୫,୪୭୩ କୋଟି ଟଙ୍କାର ୪ଟି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ, ୨୮୧୪ କୋଟି ଟଙ୍କା ଅଟକଳର ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥର ପ୍ରକ୍ରିୟାକରଣର ପ୍ରସାର ପାଇଁ ପୁଞ୍ଜି ସହାୟତା ଯୋଜନା ମଞ୍ଜୁର ହୋଇଛି। ସେହିପରି ଫାଷ୍ଟ୍‌ ଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ଯୋଜନାରେ ମଧ୍ୟ ମୋହର ଲାଗିଛି। ଏଥିପାଇଁ ୩୭୮୮ କୋଟି ଟଙ୍କା ବ୍ୟୟ ହେବ। ଗ୍ରିଡ୍‌ ସ୍ତରର ଶକ୍ତି ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ଭାୟାବିଲିଟି ଗ୍ୟାପ୍‌ ଫଣ୍ଡିଂ ଯୋଜନାକୁ ମଧ୍ୟ ମଞ୍ଜୁର କରାଯାଇଛି। ଏଥିପାଇଁ ୧୪,୫୦୦ କୋଟି ଟଙ୍କାର ଅଟକଳ ରହିଛି।

ପରିସଂଖ୍ୟାନ ରୂପାନ୍ତରଣ, ଆନାଲିଟିକ୍ସ ଓ ଗବେଷଣା ପାଇଁ ବିକଶିତ ଭାରତ ଅଭିଯାନ ନିମନ୍ତେ ୪,୩୭୧ କୋଟି ଟଙ୍କା ମଞ୍ଜୁର ହୋଇଛି। ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ‌ଯୋଜନାକୁ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ଲାଗୁ କରାଯିବ। ଦୁଇଟି ଲିଥିୟମ୍‌ କାରଖାନା ପାଇଁ ୧୦୦୦ କୋଟି ଟଙ୍କା ଓ ଦୁଇଟି ନିକେଲ କାରଖାନା ପାଇଁ ୧୮୦୦ କୋଟି ଟଙ୍କାର ବ୍ୟବସ୍ଥା ରହିଛି। ପ୍ରକଳ୍ପର ତିନିଟି ସ୍ତରରେ ଏହି ରାଶି ଜାରି କରାଯିବ।

ଏହି ଯୋଜନା ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରକ୍ରିୟାକରଣରେ ୧୦ହଜାର କୋଟି ଟଙ୍କା ନିବେଶ ହେବା ଆଶା କରାଯାଉଛି। ସେହିପରି, ଫାଷ୍ଟ୍‌ ଟ୍ରାକ୍‌ ସ୍ବତନ୍ତ୍ର କୋର୍ଟ ସରକାରୀ ଓକିଲ ଓ ଆବଶ୍ୟକ ଷ୍ଟାଫ୍‌ ଯୋଗାଇ ଦିଆଯିବ। ଗ୍ରିଡ୍‌ ସ୍ତରୀୟ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ପାଇଁ ମଞ୍ଜୁର ହୋଇଥିବା ଯୋଜନାକୁ ୨୦୩୦-୩୧ ପର୍ଯ୍ୟନ୍ତ ଲାଗୁ କରାଯିବ। ଏହା ଜରିଆରେ ୯୭,୬୦୦ କୋଟି ଟଙ୍କାର ନିବେଶ ଆସିବା ଆଶା କରାଯାଉଛି। ଏହି ଯୋଜନା ଅଧୀନରେ ୬୦ ଗିଗାୱାଟ୍‌ର ପମ୍ପ୍‌ଡ ଷ୍ଟୋରେଜ୍‌ କାରଖାନା ଓ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button