ଜାମନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ବନତାରା’ ଉଦ୍ଘାଟନର ଏକ ବର୍ଷ ପୂରଣ ହୋଇଛି। ଏହା ହେଉଛି ବିଶ୍ବର ଅଗ୍ରଣୀ ବନ୍ୟଜନ୍ତୁ ଉଦ୍ଧାର ଓ ଥଇଥାନ କେନ୍ଦ୍ର। ବନ୍ୟପ୍ରାଣୀ ଉଦ୍ଧାର, ଉନ୍ନତ ଚିକିତ୍ସା ଏବଂ ବିଜ୍ଞାନଭିତ୍ତିକ ସଂରକ୍ଷଣ କ୍ଷେତ୍ରରେ ଏହି ଏକ ବର୍ଷ ମଧ୍ୟରେ ହୋଇଥିବା ଅନେକ ମହତ୍ବପୂର୍ଣ୍ଣ କାର୍ଯ୍ୟର ପ୍ରଭାବକୁ ‘ବନତାରା’ ଏହି ଅବସରରେ ସ୍ମରଣ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ମୁକେଶ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବନତାରା’ ବାଘ, ସରୀସୃପ, ପଶୁ, ପକ୍ଷୀ ଏବଂ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସମେତ ହଜାର ହଜାର ଉଦ୍ଧାର ହୋଇଥିବା ବନ୍ୟପ୍ରାଣୀଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ଏହାର ପଶୁ ଚିକିତ୍ସକ ଦଳ ଅନେକ ଜଟିଳ ଅସ୍ତ୍ରୋପଚାର କରିବା ସହ ବିଭିନ୍ନ ପ୍ରାଣୀଙ୍କୁ ସେମାନଙ୍କ ପ୍ରାକୃତିକ ବାସସ୍ଥାନକୁ ଫେରିବାରେ ସାହାଯ୍ୟ କରିଛନ୍ତି। ଉଦ୍ଧାର, ଚିକିତ୍ସା ଓ ସୁସ୍ଥ ହେବା ପରେ କିଛି ପ୍ରାଣୀଙ୍କୁ ପୁନର୍ବାର ଜଙ୍ଗଲକୁ ଛଡ଼ାଯାଇଛି। ‘ବନତାରା’ର ପ୍ରଥମ ବର୍ଷରେ ବନ୍ୟପ୍ରାଣୀ ସେବା ଏବଂ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ବିଶ୍ୱସ୍ତରୀୟ ଅବଦାନ ପାଇଁ ଅନନ୍ତ ଅମ୍ବାନୀଙ୍କୁ ସମ୍ମାନଜନକ ‘ଗ୍ଲୋବାଲ୍ ହ୍ୟୁମେନ୍ ଆୱାର୍ଡ’ ପ୍ରଦାନ କରାଯାଇଛି ଯାହା ଦୟାଳୁ ଓ ବିଜ୍ଞାନଭିତ୍ତିକ ସଂରକ୍ଷଣ ପ୍ରତି ତାଙ୍କର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ‘ବନତାରା’ର କାର୍ଯ୍ୟଧାରାକୁ ଇଏଆର୍ଏଜେଡ୍ଏ ଓ ଏସ୍ଇଏଜେଡ୍ଏର ସଦସ୍ୟତା, ଗ୍ଲୋବାଲ୍ ହ୍ୟୁମାନ୍ କନ୍ଜର୍ଭେସନ୍ ସାର୍ଟିଫିକେସନ୍ ଓ ‘ପ୍ରାଣୀ ମିତ୍ର ପୁରସ୍କାର ୨୦୨୫’ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି। କେବଳ ସ୍ୱୀକୃତି ନୁହେଁ, ଏହି ସଂଗଠନ ଏକ ସ୍ଥାୟୀ ପ୍ରଭାବ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛି। ଏଥିପାଇଁ ଶହ ଶହ ପଶୁ ଚିକିତ୍ସକଙ୍କୁ ସଂରକ୍ଷଣ ଚିକିତ୍ସା ବିଜ୍ଞାନରେ ପ୍ରଶିକ୍ଷଣ ଦିଆଯିବା ସହ ୫୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ଆଗାମୀ ପିଢ଼ିକୁ ସଂରକ୍ଷଣ ପ୍ରତି ଅନୁପ୍ରାଣିତ କରିବା ପାଇଁ ହଜାର ହଜାର ପିଲାଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
Vantara: ପ୍ରଧାନମନ୍ତ୍ରୀଙ୍କ ‘ବନତାରା’ ଉଦ୍ଘାଟନକୁ ବର୍ଷେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ବନତାରା’ ଉଦ୍ଘାଟନର ଏକ ବର୍ଷ ପୂରଣ ହୋଇଛି। ଏହା ହେଉଛି ବିଶ୍ବର ଅଗ୍ରଣୀ ବନ୍ୟଜନ୍ତୁ ଉଦ୍ଧାର ଓ ଥଇଥାନ କେନ୍ଦ୍ର। ବନ୍ୟପ୍ରାଣୀ ଉଦ୍ଧାର, ଉନ୍ନତ ଚିକିତ୍ସା ଏବଂ ବିଜ୍ଞାନଭିତ୍ତିକ ସଂରକ୍ଷଣ....
