ରାଜ୍ୟ

Vigilance Raid : ଭିଜିଲାନ୍ସ ଜାଲରେ ଅଡିଟ୍ ଅଫିସର୍‌,୫ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ମାଡ଼ିବସିଲା ଟିମ୍

ବାରିପଦା ୧୧ \୯ : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ବାରିପଦାରୁ ୨ ଅଡିଟ୍ ଅଫିସରଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍ । ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ବିଳମ୍ବିତ ରାତିରେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଦୁଇ ଅଡିଟ୍ ଅଫିସର୍ ହେଲେ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ । ପ୍ରଥମେ ଅଟକ ପରେ ଗିରଫ କରି ଅଫିସରଙ୍କୁ ଅଧିକ ପଚରାଉଚରା ଲାଗି ରାତାରାତି ଭୁବନେଶ୍ୱର ନେଇଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ୧୦ ତାରିଖ ରାତିରେ ଡିଡବ୍ଲୁଓ ଅଫିସରୁ ରକ୍ସି ଲେନ୍ ସ୍ଥିତ ମହାପାତ୍ର ହୋଟେଲକୁ DWOର ସରକାରୀ ଗାଡ଼ିରେ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ଯାଞ୍ଚ ପାଇଁ ଅଟକାଇଥିଲା । ଯାଞ୍ଚ ବେଳେ ସେମାନଙ୍କ ନିକଟରୁ ୫୨ଟି ଏନଭେଲପ୍ ଏବଂ ୨୦ଟି ଖୋଲା ବଣ୍ଡଲରେ ୫, ୫୧, ୫୧୦ ଟଙ୍କା ମିଳିଥିଲା । ଭିଜିଲାନ୍ସ ଟିମ୍ ପଚାରିବାକୁ ଏହାର ହିସାବ ଦେଇପାରିନଥିଲେ  ଅଡିଟ୍ ଅଫିସର । ପରେ ହୋଟେଲ ରୁମ୍ ସର୍ଚ ବେଳେ ଆହୁରି ୮, ୮୬, ୮୩୦ ଟଙ୍କା ଜବତ ହୋଇଛି। ଦୁଇ ଅୋଡିଟ୍ ଅଧିକାରୀଙ୍କ ଠାପୁ ମୋଟ୍ ୧୪, ୩୮, ୩୪୦ ଟଙ୍କା ଜବତ କରାଯାଇଛି ।

ଅଭିଯୋଗ କ’ଣ ଥିଲା ?

ଏହି ଦୁଇ ଅଡିଟର ଅଗଷ୍ଟ ୩୦ ତାରିଖରୁ ବାରିପଦାରେ ରହି ଡିଡବ୍ଲୁଓ ଅଫିସ, ଆଶ୍ରମ, ସେବାଶ୍ରମ, ହାଇସ୍କୁଲ, ହାୟର ସେକେଣ୍ଡାରୀ ସ୍କୁଲ ଓଏସଏସଡି ହଷ୍ଟେଲର ଅଡିଟ୍ କରୁଥିଲେ। ସେମାନେ ହେଡମାଷ୍ଟର ଓ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଫାଇଲ ସହ ବାରିପଦାକୁ ଡାକି ପ୍ରତି ଛାତ୍ର ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁଥିଲେ । ଏହି ଅଭିଯୋଗ ଭିଜିଲାନ୍ସ ପାଖରେ ପହଞ୍ଚିଥିଲା। ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେମାନଙ୍କ ବିଭିନ୍ନ ଠିକଣାରେଚଢ଼ାଉ ଜାରି ରହିଛି । ଦୁଇ ଅଧିକାରୀ ଆହୁରି ଅଧିକ କଳା ଧନ ଠୁଳ କରିଥିବା ନେଇ ସନ୍ଦେହ କରାଯାଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button