ସୁନ୍ଦରଗଡ଼: ସଦର ଥାନା କୋପସିଙ୍ଗା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଗ୍ରାମବାସୀ ଗୋ-ଚାଲାଣକରୁଥିବା ପିକଅପ ଭ୍ୟାନକୁ ଅଟକାଇଛନ୍ତି। ଗାଁ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ପିକଅପ ଭ୍ୟାନ୍ (OD-14C-2817) କୁ ସନ୍ଦେହ କରି ଅଟକାଇବାରୁ ସେଥିରେ ୧୩ଟି ଗୋରୁ ବୋଝେଇ ହୋଇଥିବା ଦେଖି ଗାଡ଼ିକୁ ଅଟକାଇବା ସହଚାଳକ ସମେତ ଅନ୍ୟ ୨ ଜଣ ସହଯୋଗୀଙ୍କୁ ମଧ୍ୟ ଅଟକ ରଖି ସଦର ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ।
ଏହି ଗାଡ଼ିର ଚାଳକ ଅତ୍ୟଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ଅଟକ ଥିବା ବ୍ୟକ୍ତିମାନେ ହେଲେ ଚାଳକ ସନମ କେରକେଟା (୨୬), ଗୋରୁ ବେପାରୀ ଆଲି ହୁସେନ (୪୦) ଏବଂ ସହଯୋଗୀ ସରନ କୁଂଅରଦାର (୨୨)। ଏମାନଙ୍କ ପାଖରେ ପଶୁ ପରିବହନ ପାଇଁ କୌଣସି ବୈଧ କାଗଜପତ୍ର ନଥିଲା।
ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗ୍ରାମବାସୀମାନେ ଗୋରୁଗୁଡ଼ିକୁ ଉଦ୍ଧାର କରି ସୁରକ୍ଷିତ ଭାବେ କୌଣସି ଗୋଶାଳାରେ ରଖିବା ପାଇଁ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ
