War: ଆଧୁନିକ ଯୁଦ୍ଧ ଇତିହାସରେ ନୂଆ ମୋଡ଼: ‘ଷ୍ଟିଲ୍‌ଥ’ ଯୁଦ୍ଧବିମାନକୁ ଇରାନର ଟାର୍ଗେଟ୍‌ ସଫଳ

ଇରାନ ଆମେରିକାର ଅତ୍ୟାଧୁନିକ ଏଫ୍‌-୩୫ ଲାଇଟନିଂ-୨ ଯୁଦ୍ଧବିମାନ ଉପରେ ନିଜ ଆକାଶରେ ସଫଳ ଆକ୍ରମଣ କରି ଆଧୁନିକ ଯୁଦ୍ଧ ଇତିହାସରେ ଏକ ନୂଆ ମୋଡ଼ ଆଣିଛି। ଏହି ଘଟଣା ପାଶ୍ଚାତ୍ୟ ଦେଶଗୁଡ଼ିକର ‘ଷ୍ଟିଲ୍‌ଥ’ ବା ଅଦୃଶ୍ୟ ଯୁଦ୍ଧବିମାନର ଅପରାଜେୟତା....

ତେହେରାନ: ଇରାନ ଆମେରିକାର ଅତ୍ୟାଧୁନିକ ଏଫ୍‌-୩୫ ଲାଇଟନିଂ-୨ ଯୁଦ୍ଧବିମାନ ଉପରେ ନିଜ ଆକାଶରେ ସଫଳ  ଆକ୍ରମଣ କରି  ଆଧୁନିକ ଯୁଦ୍ଧ ଇତିହାସରେ ଏକ ନୂଆ ମୋଡ଼ ଆଣିଛି। ଏହି ଘଟଣା ପାଶ୍ଚାତ୍ୟ ଦେଶଗୁଡ଼ିକର ‘ଷ୍ଟିଲ୍‌ଥ’ ବା ଅଦୃଶ୍ୟ ଯୁଦ୍ଧବିମାନର ଅପରାଜେୟତା ଭ୍ରମକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଛି। ଦଶନ୍ଧି ଧରି ଆମେରିକାର ସାମରିକ ରଣନୀତି ଏହି ବିଶ୍ୱାସ ଉପରେ ଆଧାରିତ ଥିଲା ଯେ, ସେମାନଙ୍କର ପଞ୍ଚମ ପିଢ଼ିର ଯୁଦ୍ଧବିମାନଗୁଡ଼ିକୁ କୌଣସି ରାଡାର ଚିହ୍ନଟ କରିପାରିବ ନାହିଁ। କିନ୍ତୁ ଇରାନର ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଏହି  ଅଜେୟ  ବିମାନକୁ ଟାର୍ଗେଟ୍ କରାଯିବା ପ୍ରମାଣ କରୁଛି ଯେ, ଇରାନ ଏକ ବହୁସ୍ତରୀୟ ଚିହ୍ନଟ ପ୍ରଣାଳୀ ବିକଶିତ କରିଛି। ଏହା କେବଳ ଏକ ଶକ୍ତିଶାଳୀ ବିମାନକୁ କ୍ଷତି ପହଞ୍ଚାଇ ନାହିଁ, ବରଂ ଆମେରିକାର ବୈଷୟିକ ଶ୍ରେଷ୍ଠତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଭାଙ୍ଗିଲା ଆମେରିକାର ସାମରିକ ଅହଙ୍କାର, ପଞ୍ଚମ ପିଢ଼ିର ଏଫ୍‌-୩୫ ଯୁଦ୍ଧ ବିମାନ ଉପରେ ସଫଳ ଆକ୍ରମଣ 

‘ଅପରେସନ୍ ଏପିକ୍ ଫ୍ୟୁରି’ ରଣନୀତିରେ ବଡ଼ ବିପର୍ଯ୍ୟୟ

ସାମରିକ ବିଶେଷଜ୍ଞଙ୍କ ଅନୁଯାୟୀ, ଇରାନ ହୁଏତ ନିଜର ‘ବାଭାର-୩୭୩’  କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ‘୩୫୮’ ଲୋଇଟରିଂ ମିସାଇଲର ମିଳିତ ବ୍ୟବହାର କରି ଏହି ସଫଳତା ପାଇଛି। ପାରମ୍ପରିକ ରାଡାର ବଦଳରେ ଏହି ପ୍ରଣାଳୀଗୁଡ଼ିକ ‘ପାସିଭ୍ ଇନ୍‌ଫ୍ରାରେଡ୍ ଟ୍ରାକିଂ’ ବ୍ୟବହାର କରନ୍ତି, ଯାହା ବିମାନର ଇଞ୍ଜିନରୁ ନିର୍ଗତ ହେଉଥିବା ପ୍ରବଳ ଉତ୍ତାପକୁ ଚିହ୍ନଟ କରିଥାଏ। ଏହି ଘଟଣା ପେଣ୍ଟାଗନକୁ ଚକିତ କରିଦେଇଛି, କାରଣ ଆମେରିକା ପୂର୍ବରୁ ଦାବି କରିଥିଲା ଯେ ସେମାନେ ଇରାନର ସମସ୍ତ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିଦେଇଛନ୍ତି।

ଆମେରିକା ସମ୍ମୁଖରେ ଏବେ ଦୁଇଟି ବିକଳ୍ପ ରହିଛି ଏବଂ ତାହା ହେଉଛି ଅଧିକ ଶକ୍ତିଶାଳୀ ଇଲେକ୍ଟ୍ରୋନିକ ଯୁଦ୍ଧ ଆରମ୍ଭ କରିବା କିମ୍ବା ନିଜର ଅତି ମୂଲ୍ୟବାନ ଯୁଦ୍ଧବିମାନଗୁଡ଼ିକୁ ହରାଇବା ପାଇଁ ପ୍ରସ୍ତୁତ ରହିବା। ୨୦୦୩ର ଇରାକ ଯୁଦ୍ଧ ପରଠାରୁ ଏହା ଆମେରିକାର ସବୁଠାରୁ ବଡ଼ ସାମରିକ ଅଭିଯାନ ହୋଇଥିଲେ ମଧ୍ୟ, ଇରାନ ଆକାଶ ଏବେ ଆଉ ଆମେରିକା ପାଇଁ ସୁରକ୍ଷିତ ନୁହେଁ।

 

 

 

ସୌଜନ୍ୟ ସମ୍ବାଦ

Exit mobile version