War Updates: ୟୁଏଇ, ବାହାରିନ ଓ ସାଉଦି ଆରବ ଉପରେ ଇରାନର ଜୋରଦାର ଆକ୍ରମଣ

ଦୁବାଇ: ଇରାନ ପକ୍ଷରୁ ଶୁକ୍ରବାର ମଧ୍ୟ ପ୍ରାଚ୍ୟ ଦେଶମାନଙ୍କ ଉପରେ ଆକ୍ରମଣ ଜାରି ରହିଛି। ଇରାନର ଡ୍ରୋନ୍‌ ଆକ୍ରମଣର ଦିନକ ପରେ ଶୁକ୍ରବାର କେନ୍ଦ୍ରୀୟ ଦୁବାଇରେ ବିସ୍ଫୋରଣ ହେବା ଓ ଧୂଆଁ ଉଠିବାର ଦେଖାଯାଇଛି। ଆକାଶ ମାର୍ଗରୁ ଆକ୍ରମଣକୁ ସଫଳତାର ସହ ପ୍ରତିହତ କରାଯାଇଥିଲା ବୋଲି ଦୁବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ଯୋଗୁ ଏକ କୋଠା କ୍ଷତିଗ୍ରସ୍ତ ହୋଇଛି।

ତେବେ ଆକ୍ରମଣରେ କ୍ଷେପଣାସ୍ତ୍ର ନା ଡ୍ରୋନ୍‌ ବ୍ୟବହାର ହୋଇଥିଲା କୁହାଯାଇନି। ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଆମେରିକାର ପ୍ରତିଷ୍ଠାନ ଉପରେ ଗୁରୁବାର ୧୦ ବାଲିଷ୍ଟକ କ୍ଷେପଣାସ୍ତ୍ର ଓ ୨୬ଟି ଡ୍ରୋନ୍‌ ଦ୍ବାରା ଆକ୍ରମଣ କରିଥିଲା। ଡ୍ରୋନ୍‌ ଦୁବାଇର ଅଲ ବଦାଦ ଅଞ୍ଚଳ ଓ ଶେଖ ଜାୟେଦ ରୋଡରେ ଥିବା ଏକ କୋଠା ଉପରେ ପଡ଼ିଥିଲା। ଅନ୍ୟପକ୍ଷରେ ଶୁକ୍ରବାର ବାହାରିନରେ ବିମାନ ଆକ୍ରମଣ ସାଇରନ୍‌ ବାଜିଥିଲା। ବାହାରିନ୍‌ର ତୈଳ ଟାଙ୍କି ଉପରେ ଇରାନ ଡ୍ରୋନରେ ଆକ୍ରମଣ ପରେ ବଡ଼ଧରଣର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ବାହାରିନର ବିଭିନ୍ନ ଅଞ୍ଚଳରେ ସାଇରନ ବାଜିଥିବାବେଳେ ଗୃହ ମନ୍ତ୍ରଣାଳୟ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କହିଥିଲେ।

ଲେବାନନ୍ ଉପରେ ଇସ୍ରାଏଲର ଆକାଶମାର୍ଗରୁ ଆକ୍ରମଣକୁ କତର ଶୁକ୍ରବାର ତୀବ୍ର ନିନ୍ଦା କରିଛି। ଏହି ଆକ୍ରମଣରେ ୫ ଶିଶୁ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଦକ୍ଷିଣ ଲେବାନନ୍‌ର ଏକ ଗାଁ ଉପରେ ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଦକ୍ଷିଣ ଲେବାନନ୍‌ ଅନ୍ୟ ଦୁଇ ସହର ଉପରେ ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ସାଉଦି ଆରବ ଶୁକ୍ରବାର କହିଛି ଯେ, ଦେଶର ପୂର୍ବ ଓ କେନ୍ଦ୍ରୀୟ ପ୍ରଦେଶ ଆଡ଼େ ଆସୁଥିବା ଅତିକମ୍‌ରେ ୫୦ଟି ଡ୍ରୋନ୍‌କୁ ଏହି ଖସେଇ ଦେଇଛି।

 

ସୌଜନ୍ୟ ସମ୍ବାଦ

Exit mobile version