ୱାସିଂଟନ: ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ସାରା ବିଶ୍ବକୁ ପ୍ରଭାବିତ କରିଥିବାବେଳେ ଆସନ୍ତା ଦୁଇରୁ ତିନି ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଙ୍ଗଳବାର ଟ୍ରମ୍ପ ହ୍ବାଇଟ ହାଉସରେ କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର ଇରାନ ଛାଡ଼ୁଛନ୍ତି। ଦୁଇ ସପ୍ତାହ କିମ୍ବା ତିନି ସପ୍ତାହ ମଧ୍ୟରେ ସେ ଇରାନ ଛାଡ଼ୁଥିବା କହିଥିବା ରଏଟର୍ସ ନ୍ୟୁଜ ଏଜେନ୍ସି ସୂଚନା ଦେଇଛି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଯେ ଆମେରିକା ପାଇଁ ସଂଘର୍ଷ ସମାପ୍ତ କରିବାକୁ ତେହେରାନ ସହିତ କୂଟନୈତିକ ଚୁକ୍ତି ଜରୁରୀ ନୁହେଁ। ଇରାନକୁ କୌଣସି ଚୁକ୍ତି କରିବାକୁ ପଡିବ ନାହିଁ ବୋଲି କହିଛନ୍ତି। ଇରାନକୁ ପ୍ରସ୍ତର ଯୁଗରେ ପହଞ୍ଚାଇବା ପରେ ସେ ଯୁଦ୍ଧ ଶେଷ କରିବେ, ଯଦ୍ବାରା ତେହେରାନ ଆଉ ଥରେ ଶୀଘ୍ର ପରମାଣୁ ଅସ୍ତ୍ର ବିକଶିତ କରିପାରିବ ନାହିଁ।
War will end in two or three weeks: ଦୁଇ-ତିନି ସପ୍ତାହରେ ଯୁଦ୍ଧ ଶେଷ ହେବ: ଟ୍ରମ୍ପ
ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ସାରା ବିଶ୍ବକୁ ପ୍ରଭାବିତ କରିଥିବାବେଳେ ଆସନ୍ତା ଦୁଇରୁ ତିନି ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
