West Bengal Politics ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ନେତା ଚୟନ: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ସହପର୍ଯ୍ୟବେକ୍ଷକ

ଭୁବନେଶ୍ବର: ପଶ୍ଚିମବଙ୍ଗ ବିଧାନକସଭା ନିର୍ବାଚନରେ ବିଜେପିର ଏକତରଫା ବିଜୟ ହୋଇଛି। ସରକାର ଗଠନ ନିମନ୍ତେ ବିଜେପି ନିଜର ଦାବି ରଖିବ। ତେବେ ଏହା ପୂର୍ବରୁ ବିଜେପି ବିଧାୟକ ଦଳର ନେତାଙ୍କୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ଦଳୀୟ ସୂତ୍ରରୁ ଜଣାଯାଇଛି ଯେ ଆସନ୍ତା ୯ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ଗ୍ରହଣ କରିବେ।

ଏଥିପାଇଁ ଉଭୟ ପର୍ଯ୍ୟବେକ୍ଷକ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଖୁବ୍‌ଶୀଘ୍ର ବିଜେପି ବିଧାୟକମାନଙ୍କ ବୈଠକ ଅନୁଷ୍ଠିତ ହେବ।

 

 

 

ସୌଜନ୍ୟ ସମ୍ବାଦ