Why do people yawn?: ଜଣେ ହାଇ ମାରିଲେ ଅନ୍ୟଜଣଙ୍କୁ ହାଇ ଆସେ କାହିଁକି? ଜାଣନ୍ତୁ…

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ।

ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍‌ସ କହିଛନ୍ତି, ଫୁସ୍‌ଫୁସ୍‌ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍‌ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ ହାଇ ହୁଏ। ହାଇ ମାରିବା ଦ୍ୱାରା ଅଧିକ ମାତ୍ରାରେ ବାୟୁ ଶରୀର ମଧ୍ୟକୁ ପ୍ରବେଶ କରେ ଓ ହୃଦସ୍ପନ୍ଦନ ବଢ଼େ। ଯାହାଦ୍ବାରା ଅଧିକ ଅମ୍ଳଜାନ ଶରୀର ଭିତରକୁ ପମ୍ପ ହୋଇଥାଏ। ତେଣୁ ଏହା କୁହାଯାଇପାରେ ଯେ, ରକ୍ତରୁ ଟକ୍ସିନ୍‌କୁ କ୍ଲିୟର୍‌ କରିବା ଓ ଅମ୍ଳଜାନ ପ୍ରଦାନ କରିବା ପାଇଁ ହାଇ ହୋଇଥାଏ। ତେବେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ତଥ୍ୟ କହେ, ହାଇର ସମ୍ପର୍କ ଆମ ମସ୍ତିସ୍କ ସହ ରହିଛି। କାମ କରୁଥିବା ସମୟରେ ତାତି ଯାଇଥିବା ମସ୍ତିସ୍କକୁ ଥଣ୍ଡା କରିବା ଲାଗି ହାଇ ଆସିଥାଏ। ଏହାଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଶୀତଦିନେ ଅମ୍ଳଜାନର ଆବଶ୍ୟକତା ଅଧିକ ଥାଏ ତେଣୁ ଅଧିକ ହାଇ ଆସେ।

Exit mobile version