ରାଜ୍ୟ
Wild Elephant Attacks ପାଳଲହଡ଼ାରେ ହାତୀ ଆକ୍ରମଣରେ ୨ ମୃତ: ମୁନିପାଳପୁରରେ ମହିଳା, ଜୟପୁରରେ ଚାଷୀଙ୍କ ଜୀବନ ଗଲା
ଅନୁଗୁଳ ଜିଲ୍ଲା ପାଳଲହଡ଼ାର ମୁନିପାଳପୁର ଓ ଜୟପୁର ଗାଁରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳା ଓ ଜଣେ ଚାଷୀଙ୍କ ମୃତ୍ୟୁ। ବନ ବିଭାଗ ଘଟଣାର ତଦନ୍ତ କରୁଛି।

ପାଲଲହଡ଼ା: ଆଜି ( ଶୁକ୍ରବାର) ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ରାତି ୮ ଘଟିକା ସମୟରେ ପାଳଲହଡ଼ା ବ୍ଲକ କରଡାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ବିବାହିତ ମହିଳା ରୁନୁ ପେଣ୍ଠୋଈ (୩୨) ନିଜର ଘର ପଛ ପଟେ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଖମାର ରେଞ୍ଜ ସହରଗୁରୁଜଙ୍ଗ ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।ସୂଚନା ଯୋଗ୍ୟ ଗତକାଲି (ଗୁରୁବାର) ରାତିରେ ପାଳଲହଡ଼ା ବ୍ଲକ ବାଲିପଶି ପଞ୍ଚାୟତର ଜୟପୁର ଗ୍ରାମରେ ବଣୁଆ ଦନ୍ତା ହାତୀ ଆକ୍ରମଣରେ ସିଦ୍ଧେଶ୍ୱର ସୂଣ୍ଡି ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି।
ସୌଜନ୍ୟ ସମ୍ବାଦ




