ରାଜ୍ୟ
Woman Died: ଫୁଲ ତୋଳୁଥିବା ବେଳେ ଚଢ଼ିଗଲା ଟ୍ରକ୍, ଚାଲିଗଲା ମହିଳାଙ୍କ ଜୀବନ
ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଫୁଲ ତୋଳିବାକୁ ରାସ୍ତାକଡ଼କୁ ଆସିଥିବା ବେଳେ ଦୁଇ ମହିଳାଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି।

ଆସିକା: ଗଞ୍ଜାମଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଡ଼ଭାଗ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଫୁଲ ତୋଳିବାକୁ ରାସ୍ତାକଡ଼କୁ ଆସିଥିବା ବେଳେ ଦୁଇ ମହିଳାଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଖଡ଼ଭାଗ ନିକଟରେ ରାସ୍ତାକଡ଼ରେ ଏକ କାର୍ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ପ୍ରଥମେ କାର୍ଟିକୁ ଧକ୍କା ଦେଇଥିଲା। ପରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଫୁଲ ତୋଳୁଥିବା ଦୁଇ ମହିଳାଙ୍କ ଉପରେ ଚଢ଼ିଯାଇଥିଲା।
ସୌଜନ୍ୟ ସମ୍ବାଦ




