ବ୍ରହ୍ମପୁର/ଚିକିଟି: ମହିଳା ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗ ଥିଲା ତାଙ୍କ ନାଁରେ। ତେଣୁ ଲୋକଲଜ୍ଜାରେ ବିଷ ପିଇଦେଲେ। ୧୩ ଦିନ କାଳ ଜୀବନମରଣ ସହ ଲଢ଼ି ଆଜି ଆଖି ବୁଜିଛନ୍ତି ଗଞ୍ଜାମଜିଲ୍ଲା ଚିକିଟି ବ୍ଲକ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦଣ୍ଡପାଣି ପାତ୍ର। ଗତ ୩ ତାରିଖରେ ସୁନାପୁର ବେଳାଭୂମି ମହୋତ୍ସବ ଉଦ୍ଘାଟନ ଅବସରରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଥିଲା। ଜଣେ ମହିଳା ଅତିରିକ୍ତ ତହସିଲଦାର ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ। ସେଠାରେ ଦଣ୍ଡପାଣି ବି ଡ୍ୟୁଟି କରୁଥିଲେ। ହଠାତ୍ ମହିଳା ଅଧିକାରୀ ଜଣକ ଦଣ୍ଡପାଣିଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଗୋଳନ୍ଥରା ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ପୁଲିସ ତାଙ୍କୁ କଲ୍ କରିଥିଲା। ଏହାପରେ ଲୋକଲଜ୍ଜାରେ ଦଣ୍ଡପାଣି ବିଷ ପିଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କୁ ଏମ୍କେସିଜି ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

