ରାଜ୍ୟ

Women and children: ନିତି ହଜୁଛନ୍ତି ମହିଳା, ଶିଶୁ: ୫ ବର୍ଷରେ ୨୧୭୮ ମହିଳା ନିଖୋଜ, ୮୫୪ ଶିଶୁ ଓ ୭୫୩ ବାଳିକାଙ୍କ ପତ୍ତା ମିଳୁନି

ଜଣେ କି ଦୁଇ ଜଣ ନୁୁହେଁ। ବର୍ଷକୁ ଅନୁ‌ଗୋଳ ଜିଲ୍ଲାରୁ ୪ଶହରୁ ଅଧିକ ମହିଳା ନିଖୋଜ ହେଉଛନ୍ତି। ଗତ ୫ ବର୍ଷରେ ଅନୁଗୋଳ ଜିଲ୍ଲାରୁ ୨୧୭୮ ଜଣ ମହିଳା ନିଖୋଜ ହୋଇଥିବା ଥାନାରେ ରିପୋର୍ଟ ହୋଇଛି।

ଅନୁଗୋଳ (ପତିତପାବନ ସାହୁ): ଜଣେ କି ଦୁଇ ଜଣ ନୁୁହେଁ। ବର୍ଷକୁ ଅନୁ‌ଗୋଳ ଜିଲ୍ଲାରୁ ୪ଶହରୁ ଅଧିକ ମହିଳା ନିଖୋଜ ହେଉଛନ୍ତି। ଗତ ୫ ବର୍ଷରେ ଅନୁଗୋଳ ଜିଲ୍ଲାରୁ ୨୧୭୮ ଜଣ ମହିଳା ନିଖୋଜ ହୋଇଥିବା ଥାନାରେ ରିପୋର୍ଟ ହୋଇଛି। ଏହି ସମୟ ଭିତରେ ୮୫୪ ଜଣ ଶିଶୁ ଓ ୭୫୩ ଜଣ ବାଳିକା ବି ନିଖୋଜ ହୋଇଯାଇଛନ୍ତି। ଅର୍ଥାତ୍‌ ବର୍ଷକୁ ୧୭୦ରୁ ଅଧିକ ଶିଶୁ ଏବଂ ୧୫୦ରୁ ଅଧିକ ବାଳିକା ନିଖୋଜ ହେଉଥିବା ଅଭିଯୋଗ ଆସିଛି। ବର୍ଷକୁ ଏତେ ସଂଖ୍ୟକ ମହିଳା ଓ ଶିଶୁ ନିଖୋଜ ହେବା ପୁଲିସର ଚିନ୍ତା ବଢ଼ାଉଛି। ସରକାରୀ ତଥ୍ୟ ଅନୁସାରେ, ୨୦୨୫ ମସିହାରେ ଅନୁଗୋଳ ଜିଲ୍ଲାରୁ ୫୩୪ ଜଣ ମହିଳା ନିଖୋଜ ହୋଇଥିଲା ବେଳେ ୨୩୬ ଜଣ ଶିଶୁ ଓ ୨୦୬ ଜଣ ବାଳିକାଙ୍କ ପତ୍ତା ମିଳିନଥିଲା।

ଏନେଇ ସେମାନଙ୍କ ପରିବାର ଓ ସଂପର୍କୀୟଙ୍କ ପକ୍ଷରୁ ଥାନାରେ ଏତଲା ଦେବା ପ‌ରେ ପୁଲିସ ମାମଲା ରୁଜୁ କରି ସେମାନଙ୍କୁ ‌ଖୋଜାଖୋଜି କରିଥିଲା। ୨୦୨୬ ଜୁଲାଇ ସୁଦ୍ଧା ଏଥିରୁ ୪୯୫ ଜଣ ମହିଳା, ୨୨୫ ଶିଶୁ ଓ ୧୯୬ ଜଣ ବାଳିକାଙ୍କୁ ଉଦ୍ଧାର କରିଛି। ଏବେ ବି ଅନେକ ନିଖୋଜ ମହିଳା, ଶିଶୁ ଓ ବାଳିକାଙ୍କ ପତ୍ତା ମିଳିନି। କିଏ, କେଉଁଠି, କେମିତି ଅଛି ତା’ର ଖୋଳତାଡ଼ ଚାଲିଥିଲେ ମଧ୍ୟ ପୁଲିସ ସେମାନଙ୍କ ପାଖରେ ପହଞ୍ଚି ପାରିନି। ସେହିପରି ୨୦୨୪ରେ ୪୮୧ ଜଣ ମହିଳା ନିଖୋଜ ହୋଇଯାଇଥିଲେ। ଏପଟେ ୧୫୪ ଜଣ ଶିଶୁ ଓ ୧୨୮ ଜଣ ବାଳିକା ନିଖୋଜ ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା। ୨୦୨୬ ଜୁଲାଇ ସୁଦ୍ଧା ଏଥିରୁ ୪୬୧ ଜଣ ମହିଳାଙ୍କ ପତ୍ତା ମିଳିଥିଲା ବେଳେ ୧୪୮ ଜଣ ଶିଶୁ ଓ ୧୨୨ ଜଣ ବାଳିକା ଉଦ୍ଧାର ହୋଇଛନ୍ତି। ୨୦୨୩ରେ ୪୧୯ ଜଣ ମହିଳା, ୧୪୦ ଜଣ ଶିଶୁ ଓ ୧୨୩ ଜଣ ବାଳିକା ନିଖୋଜ ହୋଇଥିବା ନେଇ ଥାନାରେ ରିପୋର୍ଟ ହୋଇଥିଲା। ପରେ ପୁଲିସ ଖୋଜାଖୋଜି କରି ୩୯୬ ଜଣ ମହିଳା, ୧୩୮ ଜଣ ଶିଶୁ ଓ ୧୨୨ ଜଣ ବାଳିକାଙ୍କୁ ଉଦ୍ଧାର କରିଛି।  ୨୦୨୨ରେ ୩୯୪ ଜଣ ମହିଳା, ୧୭୪ ଜଣ ଶିଶୁ ଓ ୧୫୬ ଜଣ ବାଳିକା ନିଖୋଜ ହୋଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button