ବ୍ୟାଙ୍କକ୍: ଭାରତୀୟ ଯୁବ ବକ୍ସିଂ ଦଳ ଏଠାରେ ଚାଲିଥିବା ବିଶ୍ବ ବକ୍ସିଂ ଫ୍ୟୁଚର୍ କପ୍ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଚନ୍ଦ୍ରିକା ପୂଜାରୀ, ଜୟଶ୍ରୀ ଦେବୀ, ଏଲ୍ ଆମ୍ବେକର, ଗୁଞ୍ଜନ ଓ ପ୍ରାଚୀ ନିଜ ନିଜ ବାଉଟ୍ ଜିତି ଆଗକୁ ବଢ଼ିଛନ୍ତି। ମଙ୍ଗଳବାର ମହିଳା ୫୦ କିଲୋଗ୍ରାମ୍ ବର୍ଗର ତୃତୀୟ ରାଉଣ୍ଡ ମୁକାବିଲାରେ ଚନ୍ଦ୍ରିକା ୫-୦ରେ ଭେନ୍ଜୁଏଲାର ଖେଳାଳିଙ୍କୁ ହରାଇଥିଲେ। ସେହିପରି ୫୪ କିଲୋଗ୍ରାମ୍ ବର୍ଗରେ ଜୟଶ୍ରୀ ଆର୍ଏସ୍ସିରେ କାଜାଖସ୍ତାନ୍ର ଖେଳାଳିଙ୍କୁ ମାତ୍ ଦେଇଥିଲେ। ୪୮କିଲୋଗ୍ରାମ୍ରେ ଗୁଞ୍ଜନ ୩-୨ରେ ଏବଂ ୬୦ କିଲୋଗ୍ରାମ୍ରେ ପ୍ରାଚୀ ଆର୍ଏସ୍ସିରେ ଇକ୍ବେଡର ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିଲେ। ପୁରୁଷ ୫୦ କିଲୋଗ୍ରାମ୍ରେ ଏଲ୍ ଆମ୍ବେକର ୫-୦ରେ ଇକ୍ବେଡର ଖେଳାଳିଙ୍କୁ ବି ହରାଇଥିଲେ।
World Boxing Future Cup: ବିଶ୍ବ ବକ୍ସିଂ ଫ୍ୟୁଚର୍ କପ୍: ଭାରତୀୟ ଯୁବ ବକ୍ସରଙ୍କ ଚମକ ଜାରି
ଭାରତୀୟ ଯୁବ ବକ୍ସିଂ ଦଳ ଏଠାରେ ଚାଲିଥିବା ବିଶ୍ବ ବକ୍ସିଂ ଫ୍ୟୁଚର୍ କପ୍ରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ଚନ୍ଦ୍ରିକା ପୂଜାରୀ, ଜୟଶ୍ରୀ ଦେବୀ, ଏଲ୍ ଆମ୍ବେକର, ଗୁଞ୍ଜନ ଓ ପ୍ରାଚୀ ନିଜ ନିଜ ବାଉଟ୍ ଜିତି ଆଗକୁ ବଢ଼ିଛନ୍ତି।
