ବିଶେଷ
world of AI: ଏଆଇ ଦୁନିଆରେ ଲିଙ୍ଗଭେଦ!
ଆୟର୍ଲାଣ୍ଡ୍ର ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଚିନ୍ତାଜନକ ମଧ୍ୟ। ବାସ୍ତବ ଦୁନିଆର ଅଫିସରୁ ଆରମ୍ଭ କରି ଭର୍ଚୁଆଲ୍ ଅଫିସ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ପ୍ରତି ଅନ୍ୟାୟ ଓ ପକ୍ଷପାତିତା ବଜାୟ ରହିଛି ବୋଲି ଏହା ଇଙ୍ଗିତ କରୁଛି।

ଆୟର୍ଲାଣ୍ଡ୍ର ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଚିନ୍ତାଜନକ ମଧ୍ୟ। ବାସ୍ତବ ଦୁନିଆର ଅଫିସରୁ ଆରମ୍ଭ କରି ଭର୍ଚୁଆଲ୍ ଅଫିସ ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ପ୍ରତି ଅନ୍ୟାୟ ଓ ପକ୍ଷପାତିତା ବଜାୟ ରହିଛି ବୋଲି ଏହା ଇଙ୍ଗିତ କରୁଛି। ଲିେମରିକ୍ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ, ଭର୍ଚୁଆଲ୍ ଅଫିସରେ କାମ କରୁଥିବା ପୁରୁଷ ଏଆଇ ଏଜେଣ୍ଟଙ୍କ ତୁଳନାରେ ମହିଳା ଏଆଇ ଏଜେଣ୍ଟମାନଙ୍କୁ ପ୍ରାୟ ୧୦.୨୫ ପ୍ରତିଶତ କମ୍ ଦରମା ବା ପାରିଶ୍ରମିକ ଦିଆଯାଇଛି। ସବୁଠାରୁ ରୋଚକ ବିଷୟ ହେଉଛି, ଉଭୟ ପୁରୁଷ ଓ ମହିଳା ଏଆଇ ଏଜେଣ୍ଟ ସମାନ ପ୍ରକାରର କାମ ଓ ସମାନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାଆନ୍ତି। କେବଳ ସେମାନଙ୍କୁ ପୁରୁଷ ଓ ମହିଳା ଭାବେ ଭିନ୍ନ ଭିନ୍ନ ପରିଚୟ ଦିଆଯାଇଥାଏ। ଏହି ଅଧ୍ୟୟନରେ ୧୮୯ ଜଣ ବ୍ୟକ୍ତିଙ୍କୁ ଏକ ଭର୍ଚୁଆଲ୍ ରିଆଲିଟି ଅଫିସ୍ରେ ନିଯୁକ୍ତ କରାଯାଇଥିଲା।
ସୌଜନ୍ୟ ସମ୍ବାଦ




