ଜିଲ୍ଲାମନୋରଞ୍ଜନରାଜ୍ୟ

ଆଉ ନାହାଁନ୍ତି ବିଶିଷ୍ଟ ସିନେମାଟୋଗ୍ରାଫର ଦିଲ୍ଲୀପ ରାୟ, ୬୯ ବର୍ଷରେ ପରଲୋକ

ତାଙ୍କ ମରଶରୀରକୁ କଟକ ଶେଖ୍ ବଜାରସ୍ଥିତ ବାସଭବନ ଏବଂ ଡିଅର ପାର୍କ ନିକଟ ତାଙ୍କ ଷ୍ଟୁଡିଓ ପରିସରକୁ ନିଆଯିବ । ଏହାପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଶ୍ରୀ ରାୟ ୧୯୫୭ରେ କଟକରେ ଜନ୍ମଗ୍ରହଣ କରିଥିଲେ । ୧୯୮୨ରେ ବେଙ୍ଗାଲୁରୁ ଏଫ୍ଟିଆଇରୁ ମୋସନ୍ ପିକ୍ଚର ଫଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଥିଲେ ।

ଭୁବନେଶ୍ବର,୭|୦୬ବିଶିଷ୍ଟ ସିନେମାଟୋଗ୍ରାଫର ଦିଲ୍ଲୀପ ରାୟ ପରଲୋକ ଗମନ କରିଛନ୍ତି । ଶୁକ୍ରବାର ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ସେଥିଲାଗି ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩-୨୪ର ଜୁରି ଥାଇ ମଧ୍ୟ ଉତ୍ସବରୁ ଦୂରେଇ ରହିଥିଲେ । ଶୁକ୍ରବାର ପୁରସ୍କାର ପ୍ରଦାନ ଉତ୍ସବରେ ମଞ୍ଚରେ ତାଙ୍କ ନାଁ ଘୋଷଣା ହୋଇଥିଲା କିନ୍ତୁ ସେ ଅନୁପସ୍ଥିତ ରହିଥିଲେ । ଉତ୍ସବ ସରିବାର କିଛି ସମୟ ମଧ୍ୟରେ ଖବର ଆସି ପହଞ୍ଚିଥିଲା କି ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି । ଏହି ଖବର ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ଭଲ ପାଉଥିବା ଅନେକ ଶୁଭେଚ୍ଛୁ, ବନ୍ଧୁ ଓ ଆତ୍ମୀୟସ୍ୱଜନ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।

ମିଳିଥିବା ଖବର ମୁତାବକ, ତାଙ୍କ ମରଶରୀରକୁ କଟକ ଶେଖ୍ ବଜାରସ୍ଥିତ ବାସଭବନ ଏବଂ ଡିଅର ପାର୍କ ନିକଟ ତାଙ୍କ ଷ୍ଟୁଡିଓ ପରିସରକୁ ନିଆଯିବ । ଏହାପରେ ଶେଷକୃତ୍ୟ ସମ୍ପନ୍ନ ହେବ । ଶ୍ରୀ ରାୟ ୧୯୫୭ରେ କଟକରେ ଜନ୍ମଗ୍ରହଣ କରିଥିଲେ । ୧୯୮୨ରେ ବେଙ୍ଗାଲୁରୁ ଏଫ୍ଟିଆଇରୁ ମୋସନ୍ ପିକ୍ଚର ଫଟୋଗ୍ରାଫିରେ ଡିପ୍ଲୋମା ପାସ୍ କରିଥିଲେ । ୪ ଦଶନ୍ଧିରୁ ଅଧିକ ସମୟ ଧରି ସର୍ବଭାରତୀୟ ସିନେମା ଓ ଟେଲିଭିଜନ ଜଗତରେ କାର୍ଯ୍ୟ କରିଥିଲେ । ପାଖାପାଖି ୭୦ ଓଡ଼ିଆ, ୧୫ ବଙ୍ଗଳା ଏବଂ ୮ ଛତିଶଗଡ଼ି ଚଳଚ୍ଚିତ୍ରରେ କାମ କରିଛନ୍ତି । ଅନେକ ପ୍ରାମାଣିକ ଚିତ୍ର ଓ ଟେଲି ଧାରାବାହିକରେ କାମ କରିଛନ୍ତି । ଦୂରଦର୍ଶନ ପାଇଁ ପ୍ରାମାଣିକ ଚିତ୍ର ଓ କିଛି ସିରିଜ୍ ଲାଗି ନିର୍ଦ୍ଦେଶନା ବି ଦେଇଥିଲେ । ବହୁ ବଡ଼ ବଡ଼ ସିନେ ନିର୍ମାତାଙ୍କ ସହ କାମ କରିବା ସାଙ୍ଗକୁ ଅନେକ ପୁରସ୍କାର ଓ ପ୍ରଶଂସା ସାଉଁଟିଥିଲେ । ଶ୍ରେଷ୍ଠ ସିନେମାଟୋଗ୍ରାଫର ଭାବେ ୩ ଥର (୧୯୮୬ରେ ‘ତ୍ରିସନ୍ଧ୍ୟା’, ୨୦୧୬ରେ ‘ଚିନି’, ୨୦୨୨ରେ ‘ଭିଜା ମାଟିର ସ୍ୱର୍ଗ’) ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button