ଆକ୍ସନ୍ ମୋଡରେ ED, ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଅନେକ ଜାଗାରେ ରେଡ୍

କୋଲକାତା,୨୫/୦୪ : ପଶ୍ଚିମବଙ୍ଗରେ ସରଗରମ ରହିଛି ରାଜନୀତି । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ କିଛି ଦିନ ବାକି ଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବଡ ଆକ୍ସନ୍ ନେଇଛି । ଶନିବାର ଇଡି ପିଡିଏସ ସ୍କାମ୍ ଏବଂ ମନି ଲଣ୍ଡରିଂ ମାମଲାରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

​​​​

ରିପୋର୍ଟ ଅନୁସାରେ, କୋଲକାତାର ବିଭିନ୍ନ ପିଡିଏସ ଯୋଗାଣକାରୀ ସଂସ୍ଥାର କାର୍ଯ୍ୟାଳୟ ଏବଂ ବାସଭବନରେ ରେଡ୍ ଚାଲିଛି । ବର୍ଦଓ୍ୱାନ୍ ଏବଂ ହାବ୍ରାରେ ମଧ୍ୟ ଚଢଉ ହୋଇଛି । ନିରଞ୍ଜନ ଚନ୍ଦ୍ର ଶାହଙ୍କ ଲିଙ୍କରେ ଏହି ସବୁ ଜାଗାରେ ଇଡି ତଦନ୍ତ କରୁଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ସମାନ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ନେଇଥିଲା ।

ଣ ମାମଲା?

୨୦୨୦ ଅକ୍ଚୋବର ମାସରେ ପ୍ରଥମ ଥର ପାଇଁ ମନି ଲଣ୍ଡରିଂ ମାମଲା ସାମ୍ନାକୁ ଆସିଥିଲା । ବସିରହାଟ୍ ପୋଲିସ ନିକଟରେ ମାମଲାକୁ ନେଇ ଏଫଆଇଆର ରୁଜୁ ହୋଇଥିଲା । କଷ୍ଟମ୍ ବିଭାଗର ଡେପୁଟି କମିଶନର ଏହି ଅଭିଯୋଗ କରିଥିଲେ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଆସିଥିବା ପିଡିଏସ ସାମଗ୍ରୀରେ ଘୋଟାଲା ହୋଇଥିଲା ସେ ଅଭିଯୋଗରେ ଦର୍ଶାଇଥିଲେ । ଯାହାର ଇଡି ଖୋଳତାଡ ଆରମ୍ଭ କରିଥିଲା ।

ଇଡିର କହିବାନୁସାରେ, ବିଭିନ୍ନ ସ୍ଥାନରୁ ଅତି କମ୍ ଦାମରେ ଗହମ କିଣା ହୋଇଥିଲା । ଏଥିରେ କିଛି ଅସାଧୁ ବ୍ୟବସାୟୀ, ମିଲର ସାମିଲ ଥିଲେ । ଏସବୁକୁ ପିଡିଏସ ଅଧିନରେ କିଣାଯାଇଥିଲେ ମଧ୍ୟ ବାଟମାରଣା କରାଯାଇଥିଲା । ସରକାରୀ ବ୍ୟାଗରେ ଆସୁଥିବା ଗହମକୁ ବାହାର କରାଯାଇ ଅନ୍ୟ ବ୍ୟାଗ୍ ଏବଂ ଲୋଗୋ ଲଗାଇ ଖୋଲା ବଜାରରେ ବିକ୍ରି କରାଯାଇଥିଲା । ଘଟଣାରେ ପଶ୍ଚିମବଙ୍ଗର ପୂର୍ବତନ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଜ୍ୟୋତି ପ୍ରିୟ ମଲ୍ଲିକଙ୍କୁ ଗିରଫ କରାଯାଇଛି । ଏହାସହ ମାନଲାରେ ଆହୁରି ଅନେକ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସୌଜନ୍ୟ Prameya News7