Train Derail: ଟ୍ରେନ୍ ଦୁର୍ଘଟଣା; କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ର ୬ ବଗି ଲାଇନଚ୍ୟୁତ, ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ,୧୧/୧୧: ଭୟଙ୍କର ଟ୍ରେନ ଦୁର୍ଘଟଣା । ଆସାମର ଗୌହାଟୀ ନିକଟସ୍ଥ ଦିଗାରୁ ଅଞ୍ଚଳରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ମିଜୋରାମରୁ କୋଲକାତା ଯାଉଥିବା ଟ୍ରେନ୍ର ଇଞ୍ଜିନ୍ ସମେତ ୭ଟି ବଗି ଲାଇନଚ୍ୟୁତ ହୋଇଛି । ପ୍ୟାସେଞ୍ଜର ବଗି ୬ଟି ରହିଛି । ଆଜି ଭୋର ପ୍ରାୟ ୬ଟା ୪୫ ମିନିଟ ଏହି ଦୁର୍ଘଟଣା ଘଟିଛି । କୋଲକାତାରୁ ସାଇରଙ୍ଗ ଯାଉଥିଲା କୋଲକାତା-ସାଇରଙ୍ଗ ଏକ୍ସପ୍ରେସ୍ । ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ରେଲୱେ ଅଧିକାରୀ ।
କୋଲକାତାରୁ ସାଇରାଙ୍ଗ ଯାଉଥିବା କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ (୧୩୧୨୫)ର ଇଞ୍ଜିନ୍ ସମେତ ଅନେକ ବଗି ଲାଇନଚ୍ୟୁତ ହୋଇଥିଲା ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସୌଭାଗ୍ୟର କଥା ହେଉଛି ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । ରେଳବାଇରୁ ମିଳିଥିବା ସୂଚନା ମୁତାବକ, ରେଳବାଇର ଇଞ୍ଜିନ୍ ଥିବା ପ୍ରାୟ ୬ରୁ ୭ଟି ବଗି ଲାଇନଚ୍ୟୁତ ହୋଇଛି । କିଛି ବଗି ପରସ୍ପର ସହ ଧକ୍କା ହୋଇ ଭାଙ୍ଗି ଯାଇଛି ।
ନର୍ଥଇଷ୍ଟ ଫ୍ରଣ୍ଟଇୟର ରେଲୱେ (ଏନ୍ଏଫ୍ଆର୍) ଅନୁଯାୟୀ, ଦୁର୍ଘଟଣାର ଖବର ମିଳିବା ମାତ୍ରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ରେଳବାଇ ମଧ୍ୟ ଘଟଣାସ୍ଥଳକୁ ରିଲିଫ୍ ଟ୍ରେନ୍ ପଠାଇଛି । ପୁଲିସ, ରେଳବାଇ ସୁରକ୍ଷା ବଳ ଓ ସ୍ଥାନୀୟ ପ୍ରଶାସନର ଟିମ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଯାତ୍ରୀମାନଙ୍କୁ ଅନ୍ୟ ଏକ ଟ୍ରେନରେ ପଠାଯାଇଥିବା ସୂଚନା ମିଳିଛି ।
ଭାରତୀୟ ରେଳବାଇ କହିଛି ଯେ, ଲୋକୋ ପାଇଲଟ୍ ଟ୍ରେନର ଗତି ନିୟନ୍ତ୍ରଣ କରିପାରିନଥିଲେ, ଯେଉଁଥିପାଇଁ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ରେଳବାଇ କହିବା ଅନୁସାରେ, ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ କିମ୍ବା କର୍ମଚାରୀଙ୍କ ମୃତ୍ୟୁ ହୋଇନାହିଁ ଏବଂ କେହି ଆହତ ହୋଇନାହାଁନ୍ତି । ରେଳବାଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତି ଅନୁଯାୟୀ, ଏହି ଘଟଣା ନଭେମ୍ବର ୧୧, ୨୦୨୬ ସକାଳ ପ୍ରାୟ ୬:୫୪ ସମୟରେ ଘଟିଥିଲା । କୋଲକାତା-ସାଇରଙ୍ଗ ଏକ୍ସପ୍ରେସ ଟ୍ରେନ ନମ୍ବର ୧୩୧୨୫ ଆସାମର ଦିଗାରୁ ରେଳ ଷ୍ଟେସନରେ ଅଟକି ରହିଥିଲା। ଦ୍ୱିତୀୟ ଟ୍ରେନକୁ ପୂର୍ବରୁ ଛାଡିବାର ସୁଯୋଗ ଦେବା ପାଇଁ ଷ୍ଟେସନରେ ଟ୍ରେନକୁ ଅଟକାଯାଇଥିଲା।
ବିବୃତ୍ତିରେ କୁହାଯାଇଛି ଯେ, ଯେତେବେଳେ ଟ୍ରେନ୍ ଅଟକାଉଥିଲା, ସେତେବେଳେ ଲୋକୋ ପାଇଲଟ୍ ଗତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିପାରିନଥିଲେ । ଏହାଦ୍ୱାରା ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାରେ ଲୋକୋମୋଟିଭ୍ ସହିତ ୬ଟି କୋଚ୍ ମଧ୍ୟ ଲାଇନଚ୍ୟୁତ ହୋଇଥିଲା।
ସୌଜନ୍ୟ ପ୍ରମେୟ




