ଅପରାଧରାଜ୍ୟ

ଋଣ ଦେବା ନାଁରେ ଠକେଇର ପର୍ଦ୍ଦାଫାଶ: ମୋଟରସାଇକେଲ, ମୋବାଇଲ ଫୋନ୍ ସହ ନଗତ ଜବତ

ଗଜପତି ଜିଲ୍ଲା ଅଡ଼ବା ଥାନା ଅଡ଼ବା ବଜାର ଛକରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ମାଳମାଳ ବାଇକ, ମୋବାଇଲ, ଏଟିଏମ କାର୍ଡ କିଛି ଆପତ୍ତିଜନକ କାଗଜପତ୍ର ଏବଂ ନଗଦ ଟଙ୍କା ଜବତ କରିଛି।

ମୋହନା: ଲୋକଙ୍କୁ ଟଙ୍କା ଦେଇ ବାଇକ, ମୋବାଇଲ ବନ୍ଧକ ରଖୁଥିଲେ l ଜୁଆ ଖେଳକୁ ନେଇ ମଧ୍ୟ ଟଙ୍କା କାରବାର କରୁଥିଲେ l ଏଭଳି ଅଭିଯୋଗ ପାଇ ଗଜପତି ଜିଲ୍ଲା ଅଡ଼ବା ଥାନା ଅଡ଼ବା ବଜାର ଛକରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ମାଳମାଳ ବାଇକ, ମୋବାଇଲ, ଏଟିଏମ କାର୍ଡ କିଛି ଆପତ୍ତିଜନକ କାଗଜପତ୍ର ଏବଂ ନଗଦ ଟଙ୍କା ଜବତ କରିଛି। ପୋଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବା ନେଇ ସୂଚନା ଦେଇଛନ୍ତି ରା. ଉଦୟଗିରି ଏସଡିପି।

ଜିନିଷ ବନ୍ଧା ରଖି ଦେଉଥିଲା ଟଙ୍କା

ସୂଚନା ଅନୁସାରେ, ରବୀନ୍ଦ୍ର ରେଡ୍ଡୀ ଲୋକମାନଙ୍କୁ ମୋଟରସାଇକେଲ, ସୁନା ଅଳଙ୍କାର, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜମା ରଖିଲେ ଋଣ ପ୍ରଦାନ କରିବ ବୋଲି ପ୍ରଲୋଭିତ କରୁଥିଲେ। ଏହି ପ୍ରଲୋଭନରେ ପଡି ପ୍ରାୟ ଛଅ ମାସ ପୂର୍ବେ ଜଣେ ବ୍ୟକ୍ତି ନିଜର ମୋଟରସାଇକେଲ ଓ ସମ୍ପୃକ୍ତ କାଗଜପତ୍ର ଅଭିଯୁକ୍ତଙ୍କ ନିକଟରେ ଜମା ରଖି ୨୦,୦୦୦ ଟଙ୍କା ଋଣ ନେଇଥିଲେ। ଏଥିସହ ଅଭିଯୁକ୍ତ ତାଙ୍କଠାରୁ ଏକ ଖାଲି ଷ୍ଟାମ୍ପ ପେପରରେ ସ୍ୱାକ୍ଷର ମଧ୍ୟ ନେଇଥିଲେ।

ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ଋଣ ରାଶି ଫେରସ୍ତ କରି ନିଜ ମୋଟରସାଇକେଲ ଫେରାଇ ନେବାକୁ ଚାହିଁଥିଲେ ମଧ୍ୟ ରବୀନ୍ଦ୍ର ରେଡ୍ଡୀ ବିଭିନ୍ନ ବାହାନା ଦେଖାଇ ତାଙ୍କୁ ଏଡ଼ାଇ ଚାଲିଥିଲେ। ଶେଷରେ ସେ ଗାଡ଼ି ଫେରାଇବାକୁ ସିଧାସଳଖ ମନା କରିଦେଇଥିଲେ, ଯାହା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଅଭିଯୋଗକୁ ଆଧାର କରି ଆର୍. ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ (SDPO) ଶ୍ରୀ ରାକେଶ ସାହୁ, IPSଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କ୍ରମରେ ଅଭିଯୁକ୍ତଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ମୋଟରସାଇକେଲ, ମୋବାଇଲ ଫୋନ୍, ନଗଦ ଟଙ୍କା ଓ ବିଭିନ୍ନ ଦସ୍ତାବିଜ ଜବତ କରାଯାଇଥିଲା।

ଜବତ ହେଲା ମାଳମାଳ ବାଇକ

ତେବେ ମୁଖ୍ୟ ଅଭିଯୁକ୍ତ କେ. ରବୀନ୍ଦ୍ର ରେଡ୍ଡୀକୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ନଗଦ ୩,୬୧,୨୦୦ ଟଙ୍କା, ୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍, ବିଭିନ୍ନ ଗାଡ଼ିର ଆର୍ସି ଓ ସ୍ମାର୍ଟ କାର୍ଡ, ଚୁକ୍ତିପତ୍ର, ଷ୍ଟାମ୍ପ ପେପର ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତଜଣକ ଋଣ ପ୍ରଦାନ ନାମରେ ବହୁ ଲୋକଙ୍କୁ ସମାନ ଢଙ୍ଗରେ ଠକେଇ କରିଥାଇପାରନ୍ତି। ଏହି ରାକେଟ୍ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆହୁରି କେତେ ଲୋକ ଏହାର ଶିକାର ହୋଇଛନ୍ତି ? ଘଟଣାରେ ବେଆଇନ ଅର୍ଥ କାରବାର ଓ ଜୁଆ ଖେଳକୁ ପ୍ରୋତ୍ସାହନ ମାମଲା ଭଳି ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଚାଲିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button