ଜାତୀୟ

ଏଆଇର ନୀତିଗତ ଏବଂ ନିୟନ୍ତ୍ରଣ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ଭିତ୍ତିକ ବିଷୟ ନିୟନ୍ତ୍ରଣ କ୍ଷେତ୍ରରେ ନୈତିକତା ଏବଂ ସ୍ବଚ୍ଛତା ଉପରେ ବାଧ୍ୟତାମୂଳକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଜଣେ ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶଗୁଡ଼ିକୁ ବିଚାର କରିବାକୁ ସୁପ୍ରିମକୋର୍ଟ ଗୁରୁବାର କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ଆଇନଜୀବୀ ନରେନ୍ଦ୍ର କୁମାର ଗୋସ୍ବାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରୁଥିଲେ । ଆରମ୍ଭରୁ ଖଣ୍ଡପୀଠ ଆବେଦନକାରୀଙ୍କୁ କହିଥିଲେ, ‘ଆମେ ଏଥିରେ କ’ଣ କରିପାରିବୁ ତାହା ଆମକୁ କୁହନ୍ତୁ।’ଗୋସ୍ବାମୀ କହିଥିଲେ, ଯେଉଁଥିରେ ଜନକଲ୍ୟାଣ, ପୋଲିସ ସେବା, ସର୍ଭେଲାନ୍ସ ଏବଂ କଣ୍ଟେଣ୍ଟ ରେଗୁଲେସନରେ ମନ୍ତ୍ରଣାଳୟ କିମ୍ବା ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ଉଚ୍ଚ-ବିପଦପୂର୍ଣ୍ଣ ଏଆଇ ବ୍ୟବସ୍ଥାର ବିବରଣୀ ପ୍ରଦାନ କରି ଏକ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି।
ଆପଣଙ୍କର ରିଟ ଆବେଦନକୁ ଏକ ରିପ୍ରେଜେଣ୍ଟେସନ ଭାବରେ ପଠାନ୍ତୁ ବୋଲି ଖଣ୍ଡପୀଠ କହିବା ସହ ଏହା ଏକ ବ୍ୟାପକ ଆବେଦନ ବୋଲି ମତ ଦେଇଥିଲେ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button