ଏଲ୍‌ଏଲ୍‌ସିସି କପ୍‌: ଓମ୍‌ଶ୍ରୀଙ୍କ ଶତକ; ସେମିରେ ରେଡ୍‌ ଷ୍ଟାର୍‌

ନୟାପଲ୍ଲୀସ୍ଥିତ ଏଲ୍‌ଏଲ୍‌ସିସି ପଡ଼ିଆରେ ଚାଲିଥିବା ଏଲ୍‌ଏଲ୍‌ସିସି କପ୍‌ ୧୪ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ରେଡ୍‌ ଷ୍ଟାର୍‌ ପ୍ରବେଶ କରିଛି। ସୋମବାର ପ୍ରଥମ କ୍ବାର୍ଟରଫାଇନାଲ୍‌ରେ ଏହି ଦଳ ୧୬୦ ରନ୍‌ରେ...

ଭୁବନେଶ୍ବର: ନୟାପଲ୍ଲୀସ୍ଥିତ ଏଲ୍‌ଏଲ୍‌ସିସି ପଡ଼ିଆରେ ଚାଲିଥିବା ଏଲ୍‌ଏଲ୍‌ସିସି କପ୍‌ ୧୪ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ରେଡ୍‌ ଷ୍ଟାର୍‌ ପ୍ରବେଶ କରିଛି। ସୋମବାର ପ୍ରଥମ କ୍ବାର୍ଟରଫାଇନାଲ୍‌ରେ ଏହି ଦଳ ୧୬୦ ରନ୍‌ରେ ରାମେଶ୍ବର ସ୍ପୋର୍ଟିଂକୁ ପରାସ୍ତ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରେଡ୍‌ ଷ୍ଟାର୍‌ ଦଳ ଓମ୍‌ଶ୍ରୀ ସାହୁ (୧୧୨ ବଲ୍‌, ୧୬୨ ରନ୍‌)ଙ୍କ ଶତକ ବଳରେ ନିର୍ଦ୍ଧାରିତ ୩୫ ଓଭରରେ ୪ ୱିକେଟ୍‌ ହରାଇ ୨୬୧ ରନ୍‌ କରିଥିଲା। ଧନରାଜ ରାୟ ୩୬ ରନ୍‌ କରିଥିଲେ। ଜବାବରେ ରନ୍‌ ପାହାଡ଼ର ଚାପରେ ଚାପି ହୋଇ ରାମେଶ୍ବର ସ୍ପୋର୍ଟିଂ ୨୮.୨ ଓଭରରେ ୧୦୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଦଳ ପକ୍ଷରୁ ବିଭୂପ୍ରସାଦ ପ୍ରଧାନ ସର୍ବାଧିକ ୩୧ ରନ୍‌ କରିଥିଲେ। ରେଡ୍‌ ଷ୍ଟାର୍‌ ପକ୍ଷରୁ ସ୍ମୃତିରଞ୍ଜନ ୪, ସେଖ୍‌ ସଲିକ ମହମ୍ମଦ ୩ ଓ ଓମ୍‌ଶ୍ରୀ ସାହୁ ୨ ୱିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ ପ୍ରଦର୍ଶନ ପାଇଁ ଓମ୍‌ଶ୍ରୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପୂର୍ବତନ ରଣଜୀ ଖେଳାଳି ଆଲୋକ ମଙ୍ଗରାଜ ପ୍ରଦାନ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version