ରାଜ୍ୟ

କୋଳଥିଆରେ ଫାଙ୍କା ଗୁଳିଚାଳନା ଘଟଣା: ଅଦାଲତରେ ୩ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ରିମାଣ୍ଡରେ ଆଣିବ ପୁଲିସ

ଭୁବନେଶ୍ୱର,୨୪/୦୯: କୋଳଥିଆ ଗଣେଶପୂଜା ମଣ୍ଡପରେ ଫାଙ୍କା ଗୁଳିଚାଳନା ଘଟଣାରେ ଅଦାଲତରେ ୩ଜଣ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ରଶ୍ମିରଞ୍ଜନ ବାରିକ, ସେକ୍ ଫୌଜଲ ଓ ଅନ୍ୟ ଜଣେ । ଫେରାର୍ ଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ ସୂଚନା ଦେଇଛି ।

ପୁଲିସ କହିବା ମୁତାବକ, ୩ଜଣ ଯାକ ଅଭିଯୁକ୍ତ ଘଟଣା ଦିନ ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରି ଆତଙ୍କ ଖେଳାଇଥିଲେ । କୋଳଥିଆର ଗଣେଶ ପୂଜା ମଣ୍ଡପରେ ୨ରାଉଣ୍ଡ ଫାଙ୍କା ଗୁଳିଚଳାଇ ହଙ୍ଗାମା କରିଥିଲେ । ମାଡ଼ ମାରି ୫ଜଣଙ୍କୁ ଘାଇଲା କରିଥିଲେ । ପୁଲିସର ଏନ୍‌କାଉଣ୍ଟର ଭୟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ରଶ୍ମିରଞ୍ଜନର ଘର ସୁନ୍ଦରପଦା ଅଞ୍ଚଳରେ । ସେ ଜଣେ ହତ୍ୟା ଅଭିଯୁକ୍ତ । ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା କରିବା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button