Bharat Taxi: ଓଡ଼ିଶାରେ ଖୁବଶୀଘ୍ର ଲାଗୁହେବ ‘ଭାରତ ଟ୍ୟାକ୍ସି’ ଯୋଜନା, ଶସ୍ତାରେ ମିଳିବ କ୍ୟାବ୍ ସେବା, ଓଲା-ଉବରକୁ ଦେବ ଟକ୍କର

ଭୁବନେଶ୍ୱର,୨୪/୦୯: ଓଡ଼ିଶାରେ ଖୁବ ଶୀଘ୍ର ଲାଗୁ ହେବ ଭାରତ ଟ୍ୟାକ୍ସି ଯୋଜନା । ଓଲା ଓ ଉବେର ଭଳି ଓଡ଼ିଶାରେ କାମ କରିବ ଏହି ଭାରତ ଟ୍ୟାକ୍ସି ଯୋଜନା । ଏହି ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟ ତରଫରୁ ଚଳିତବର୍ଷ ଫେବ୍ରୁଆରୀ ୫ରେ ଭାରତ ଟ୍ୟାକ୍ସି ଯୋଜନା ପ୍ରଣୟନ କରାଯାଇଥିଲା । ଏହାର ସଫଳ ରୂପାୟନ ପାଇଁ ଗତ ମାର୍ଚ୍ଚରେ ବୈଠକର ଆୟୋଜନ କରାଯାଇଥିଲା । ଯେଉଁଥିରେ ସମବାୟ ସମିତିମାନଙ୍କ ଦ୍ୱାରା ଏହାର କାର୍ଯ୍ୟକାରିତା ଏବଂ ଉପଯାଗୀତାର ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହାର ଚୂଡାନ୍ତ ରୂପରେଖ ବର୍ତ୍ତମାନ ବିଭାଗର ବିଚାରାଧୀନ ଅଛି ବୋଲି ବିଧାନସଭାରେ ଲିଖିତ ଉତ୍ତରରେ ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୌଜନ୍ୟ ପ୍ରମେୟ




