ରାଜ୍ୟ
ଗହୀରମଥାରୁ ବେଆଇନ ଟ୍ରଲର୍ ସହ ୪ କ୍ୱିଣ୍ଟାଲ ମାଛ ଜବତ,୭ ମତ୍ସ୍ୟଜୀବୀ ଗିରଫ
ରାଜନଗର,୦୫/୧୦: ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକାକୂଳା ମୁହାଣଠାରୁ ପ୍ରାୟ ୭ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ବେଆଇନ ଭାବେ ପ୍ରବେଶ କରି ମାଛ ଧରୁଥିବା ଏକ ଟ୍ରଲର୍କୁ ବନ ବିଭାଗ ଜବତ କରିଛି । ଏହି ଘଟଣାରେ ଟ୍ରଲର୍ରେ ଥିବା ୭ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଗହୀରମଥା ରେଞ୍ଜ୍ ଅଧିକାରୀ ଚିତ୍ରସେନ ଜେନାଙ୍କ ନିର୍ଦ୍ଦେଶକ୍ରମେ ବରୁଣେଇ ଫରେଷ୍ଟର ଦୀପକ କୁମାର ମାଝୀଙ୍କ ନେତୃତ୍ୱରେ ବନ ବିଭାଗର ପାଟ୍ରୋଲିଂ ଦଳ ଶନିବାର ରାତିରେ ସାମୁଦ୍ରିକ ଅଭୟାରଣ୍ୟରେ ପଇଁତରା ମାରୁଥିଲା । ରାତି ପ୍ରାୟ ୨ଟା ୨୫ ମିନିଟ୍ ସମୟରେ ଜୟ ମା’ ସନ୍ତୋଷୀ-୧ ନାମକ ଟ୍ରଲର୍କୁ ବେଆଇନ ଭାବେ ମାଛ ଧରୁଥିବା ଅବସ୍ଥାରେ ପାଟ୍ରୋଲିଂ ଦଳ ଧରିଥିଲା । ଟ୍ରଲର୍ରୁ ଗୋଟିଏ ଜିପିଏସ୍, ଫିସ୍ଫାଇଣ୍ଡର, ଭିଏଚ୍ଏଫ୍, ୬ଟି ଟ୍ରଲିଂ ନେଟ୍ ସମେତ ପ୍ରାୟ ୪ କ୍ୱିଣ୍ଟାଲ ମାଛ ଜବତ କରାଯାଇଛି ।
ସୌଜନ୍ୟ ପ୍ରମେୟ




