ଜିଲ୍ଲାରାଜ୍ୟ

ଗାଁରୁ ଯାଉ ନାହାଁନ୍ତି ହାତୀପଲ, ନଷ୍ଟ କରୁଛନ୍ତି ଫସଲ

ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀପଲଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥି ସହ ହାତୀପଲ ଅଞ୍ଚଳରେ ବ୍ୟାପକ ପନି ପରିବା ଚାଷ ନଷ୍ଟ କରିଛନ୍ତି।

ପାଟଣା,୨୯|୦୬କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ୨୯ ଟିକିଆ ହାତୀପଲ ଉପଦ୍ରବ ଜାରି ରହିଛି । ରବିବାର ବିଳମ୍ବିତ ରାତିରେ ହାତୀପଲ ଜ୍ୟୋତିପୁର ବିଟ୍ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ପଡୁଆ ଓ ସୁନାପଶି ଗ୍ରାମରେ ୨ ଘର ଭାଙ୍ଗି ଧାନ ଚାଉଳକୁ ଖାଇ ନଷ୍ଟ କରିଦେଇଛନ୍ତି।

ପରିବାର ଲୋକେ ଘରେ ଶୋଇଥିବା ସମୟରେ ହାତୀପଲଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଥି ସହ ହାତୀପଲ ଅଞ୍ଚଳରେ ବ୍ୟାପକ ପନି ପରିବା ଚାଷ ନଷ୍ଟ କରିଛନ୍ତି। ଏବେ ବରପଦା ଗାଁ ନିକଟରେ ଡେରାପକାଇଛନ୍ତି ହାତୀପଲ । ଗାଁ ନିକଟରେ ହାତୀଙ୍କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ହାତୀପଲରେ ୧୦ ଦନ୍ତା,୧୦ ମାଈ ଓ ୯ ଛୁଆ ହାତୀ ଥିବା ବନ ବିଭାଗ କହିଛି।ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ କଡା ନଜର ରଖିଛି।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button