ମହାନଗରରାଜ୍ୟ

Casting Couch Case : ହିରୋଇନ ହେବାକୁ କହି ଟଙ୍କା ନେଲେ, ବିବାହର ପ୍ରତିଶୃତି ଦେଇ ରଖିଲେ ଶାରୀରିକ ସଂପର୍କ, ଆଉ ଏବେ…

ଭୁବନେଶ୍ୱର ୨୦।୦୫ : କିଛି ଦିନର ଲମ୍ବା ବିରତି ପରେ ପୁଣି ଫେରିଛି କାଷ୍ଟିଂ କାଉଚ୍ । ଟେଲି ଜଗତରେ ଷ୍ଟାର କରାଇ ଦେବାକୁ କହି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଟଙ୍କା ମାଗିବା ଅଭିଯୋଗରେ ମହିଳା ଥାନା ପୋଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଟେଲି ଅଭିନେତା ରଶ୍ମିକାନ୍ତ ଭୁଆଁ। ଏତଲା ହେବାର ଅଳ୍ପ କିଛି ସମୟ ମଧ୍ୟରେ ପୋଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିନେତା ରଶ୍ମିକାନ୍ତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଡ଼ମଠ ଗାଁରେ। ସେ ବାଙ୍କୁଆରେ ରହୁଥିଲେ। ସିରିଏଲ୍ ଓ ରିଆଲିଟି ସୋ’ରେ କାମ କରନ୍ତି। ବଡ଼ଗଡ଼ ଥାନା ବିଜେବି ନଗରରେ ରହୁଥିବା ଜଣେ ଯୁବତୀଙ୍କ ସହ ରଶ୍ମିକାନ୍ତଙ୍କର ପରିଚୟ ହୋଇଥିଲା। ପ୍ରଥମେ ଉଭୟ ଭଲ ବନ୍ଧୁ ହୋଇଥିଲେ । ତା’ ପରେ ସିରିଏଲ୍ରେ କାମ ଦେବାକୁ କହିଥିଲେ। ମିଲି ରାଜି ହୋଇଯାଇଥିଲେ। ମୌକା ଦେଖି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଖାଲି ସେତିକି ନୁହେଁ ଏକ ସିନେମା କରିବା ପାଇଁ କହି ଯୁବତୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଆଣିଥିଲେ । ଦୀର୍ଘ ଦିନ ଗଲା ପରେ ସିରିଏଲ୍ କାମ ଦେଇ ନଥିଲେ କି ସିନେମା ତିଆରି କରି ନଥିଲେ ।

ସେପଟେ ଯୁବତୀ ଜଣଙ୍କ ତାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ। ଟଙ୍କା ଫେରସ୍ତ କରିବା ବଦଳରେ ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଯୁବତୀ ଜଣକ ରାଜି ହୋଇଯାଇଥଲେ। ପୁଣି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଗତ କିଛି ଦିନ ତଳେ ସେ ଜାଣିବାକୁ ପାଇଥିଲେ ସେ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି। ତେବେ ଏନେଇ ମଙ୍ଗଳବାର ମହିଳା ଥାନାରେ ଏତଲା ଦେଇଥିଲେ। ପୋଲିସ୍ ତୁରନ୍ତ ମାମଲା ରୁଜୁ କରି ରଶ୍ମିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ଏସ୍ ଦଫା ୬୯ ଓ ୩୧୮ରେ ମାମଲା ରୁଜୁ ହୋଇଛି ।

 

 

 

 

ସୌଜନ୍ୟ Prameya News7

Show More
Back to top button