ରାଜ୍ୟ

ଗୋଟିଏ ରାତିରେ ୫୦ ତୋଳା ସୁନା ଚୋରି ! ମାମୁଁ-ଭଣଜାଙ୍କ ଘରେ ଲୁଟ୍

କୋରାପୁଟ ସହର ମେଘରାଜ ଅଞ୍ଚଳରେ ବଡ଼ଧରଣର ଚୋରି। ଗୋଟିଏ ରାତିରେ ୫୦ ତୋଳା ସୁନା ଚୋରି ! ମାମୁଁ-ଭଣଜାଙ୍କ ଘରେ ଲୁଟ୍। କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଦେଲେ ଦୁର୍ବୃତ୍ତ।

କୋରାପୁଟ, ୧୮/୦୮ : କୋରାପୁଟ ସହର ମେଘରାଜ ଅଞ୍ଚଳରେ ବଡ଼ଧରଣର ଚୋରି ଘଟଣାକୁ ନେଇ ଆତଙ୍କ। ଗୋଟିଏ ରାତିରେ ମାମୁ ଓ ଭଣଜାଙ୍କ ଦୁଇଟି ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି । ଏହି ଅଞ୍ଚଳରେ ବାରମ୍ଵାର ଚୋରି ହେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚୋରକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ରେଲୱେର  ପୂର୍ବତନ କର୍ମଚାରୀ ଏସ୍. ଭାସ୍କର ରାଓ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିଲେ। ସେହିପରି ତାଙ୍କ ଭଣଜା କେ. ଶ୍ରୀନୁ ମଧ୍ୟ ଏକ କାର୍ଯ୍ୟରେ ଜିଲ୍ଲା ବାହାରକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତ ତାଲା ଭାଙ୍ଗି ଦୁଇଟି ଘରୁ ଚୋରି କରିଥିବା ଅଭିଯୋଗ ହୋଇଛି। ଭାସ୍କର ରାଓଙ୍କ ଘରୁ ପ୍ରାୟ ୩୦ ତୋଳା ସୁନା ସହ ନଗଦ ଟଙ୍କା ଚୋରି ହୋଇଥିବାବେଳେ ଶ୍ରୀନୁଙ୍କ ଘରୁ ପ୍ରାୟ ୨୦ ତୋଳା ସୁନା ସହ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଚୋରି ହୋଇଛି। ଘଟଣା ପରେ ମେଘରାଜ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଞ୍ଚଳରେ ବାରମ୍ବାର ଚୋରି ଘଟଣା ଘଟୁଥିବା ଅଭିଯୋଗ କରି ସ୍ଥାନୀୟ ବାସିନ୍ଦା କଡ଼ାକଡ଼ି ପାଟ୍ରୋଲିଂ ବ୍ୟବସ୍ଥା ସହ ଲୋକଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି କରିଛନ୍ତି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button