ରାଜ୍ୟ

Hirakud Dam Update: ବୃଦ୍ଧି ପାଉଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୩ ଗେଟ୍,୧୦ ଗେଟ୍‌ରେ ମାଡ଼ି ଆସୁଛି ବନ୍ୟାଜଳ

ସମ୍ବଲପୁର, ୧୮/୦୮: ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଛି । ମହାନଦୀର ଉପରମୁଣ୍ଡରେ ବର୍ଷା ଫଳରେ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ହୀରାକୁଦ ନଦୀବନ୍ଧର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ପୂର୍ବରୁ ତଳମୁଣ୍ଡରେ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ମାତ୍ର ୭ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଚାଲିଥିବା ବେଳେ ଆଜି ଗେଟ୍ ଖୋଲିବା ପରେ ଗେଟ୍ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏବେ ବାମପାର୍ଶ୍ବ ସ୍ପିଲ୍-ୱେର ୭ଟି ଓ ଡାହାଣ ପାର୍ଶ୍ବର ସ୍ପିଲ୍-ୱେର ୩ଟି ଗେଟ୍‌କୁ ମିଶାଇ ମୋଟ୍ ୧୦ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ଏବେ ଜଳଭଣ୍ଡାର ଜଳସ୍ତର ୬୧୯.୮୭ ଫୁଟ୍ ଥିବା ବେଳେ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଜଣଭଣ୍ଡାରକୁ ପ୍ରତି ସେକେଣ୍ଡ୍ରେ ୨ ଲକ୍ଷ ୧ ହଜାର ୭୧୦ ଘନଫୁଟ୍ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୪୪ ହଜାର ୫୦୯ ଘନଫୁଟ୍ ବନ୍ୟାଜଳ ନିଷ୍କାସିତ ହେଉଛି । ଦୁଇଟି ସ୍ପିଲ୍‌ ମାଧ୍ୟମରେ ମୋଟ୍ ୧,୦୯,୩୪୭ ଘନଫୁଟ୍, ପାୱାର୍ କେନାଲ୍‌ ୩୧,୫୯୧ ଘନଫୁଟ୍, ଶିଳ୍ପାନୁଷ୍ଠାନ ବ୍ୟବହାରରେ ୨୨୯ ଘନଫୁଟ୍, ମୋଟ କେନାଲରେ ୩,୦୯୪ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି । ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଜଳସ୍ତରକୁ ଦୃଷ୍ଟିରେ ରଖି ଆହୁରି ଗେଟ ଖୋଲାଯିବାର ସମ୍ଭାବନା ମଧ୍ୟ ରହିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button