ଦେଶ ବିଦେଶ

America: ଆମେରିକା ବିରୋଧରେ ଯୁଦ୍ଧର ନୂଆ ସାମ୍ମୁଖ୍ୟ ଖୋଲିବାକୁ ଧମକ

ୱାସିଂଟନ/ତେହେରାନ: ଅପରେସନ ଏପିକ୍‌ ଫ୍ୟୁରି ୨.୦ ଅଧୀନରେ ଇରାନ ଉପରେ ଭୀଷଣ ଆକ୍ରମଣ ପାଇଁ ଆମେରିକାର ପ୍ରସ୍ତୁତି ଉପରେ ଇରାନ କଡ଼ା ଜବାବ ଦେଇଛି। ଯଦି ଆମେରିକା ପୁନର୍ବାର ଆକ୍ରମଣ କରେ, ତେବେ ବିଶ୍ୱବ୍ୟାପୀ ଆମେରିକୀୟ ସ୍ୱାର୍ଥ ବିରୋଧରେ ଯୁଦ୍ଧର ନୂତନ ସାମ୍ମୁଖ୍ୟ ଖୋଲାଯିବ ବୋଲି ତେହେରାନ ସ୍ପଷ୍ଟ କରିଛି। ଏହି ସାମରିକ ମୁହାଁମୁହିଁ ସ୍ଥିତି ସମଗ୍ର ବିଶ୍ୱର ଶକ୍ତି ବଜାର, ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଆଞ୍ଚଳିକ ସ୍ଥିରତା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିଛି।

ଏହି ସଙ୍କଟର ସବୁଠାରୁ ଭୟାନକ ଦିଗ ହେଉଛି ବିଶ୍ୱର ପ୍ରମୁଖ ତୈଳ ପରିବହନ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ’ ସଂପୂର୍ଣ୍ଣ ବନ୍ଦ ହେବାର ଆଶଙ୍କା। ଇରାନ ଏହି ମାର୍ଗ ଦେଇ ହେଉଥିବା ଅନ୍ତର୍ଜାତୀୟ ତୈଳ ଯୋଗାଣକୁ ଠପ୍‌  କରିବାକୁ ସଙ୍କେତ ଦେଇଛି। ଆର୍ଥିକ ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଏହି ସଂଘର୍ଷ ଦୀର୍ଘସ୍ଥାୟୀ ହୁଏ, ତେବେ ବିଶ୍ୱ ଅର୍ଥନୀତି ଏକ ବଡ଼ଧରଣର ଗ୍ଲୋବାଲ  ଋଣ ସଙ୍କଟର ସମ୍ମୁଖୀନ ହେବ। ଇତିମଧ୍ୟରେ ମଧ୍ୟସ୍ଥତା ପାଇଁ ଉପସାଗରୀୟ ଦେଶଗୁଡ଼ିକର ପ୍ରୟାସ  ଜାରି ରହିଛି ଏବଂ ଇରାନ ଉପରେ ପୁନଃ ଆକ୍ରମଣ ଯୋଜନା  ରୋକିବାକୁ ଆମେରିକା ଉପରେ ଚାପ ବଢ଼ିଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button