ଜିଲ୍ଲାରାଜ୍ୟ

ଚକା ଫାଟି ଜଳିଗଲା ଜିଆଇ ତାର ବୋଝେଇ ଟ୍ରକ୍

ଅଳ୍ପକେ ବର୍ତ୍ତିଗଲା ଏକ ବଡ଼ ଅଘଟଣ । ରାସ୍ତା ଉପରେ ଦାଉ ଦାଉ ହୋଇ ଜଳିଗଲା ଜିଆଇ ତାର ବୋଝେଇ ଏକ ଟ୍ରକ୍ । ସୂଚନା ଅନୁସାରେ, ଟ୍ରକ୍ଟି ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏହାର ଏକ ଚକା ଫାଟିଯାଇଥିଲା ।

କନକ ବ୍ୟୁରୋ : ଅଳ୍ପକେ ବର୍ତ୍ତିଗଲା ଏକ ବଡ଼ ଅଘଟଣ । ରାସ୍ତା ଉପରେ ଦାଉ ଦାଉ ହୋଇ ଜଳିଗଲା ଜିଆଇ ତାର ବୋଝେଇ ଏକ ଟ୍ରକ୍ । ସୂଚନା ଅନୁସାରେ, ଟ୍ରକ୍ଟି ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏହାର ଏକ ଚକା ଫାଟିଯାଇଥିଲା । ଚକା ଫାଟିବା ପରେ ଗାଡ଼ିରୁ ଧୂଆଁ ବାହାରିବା ସହ କିଛି ସମୟ ମଧ୍ୟରେ ନିଆଁ ବ୍ୟାପିଯାଇଥିଲା ।

ପରିସ୍ଥିତି ବୁଝି ଡ୍ରାଇଭର ଓ ହେଲ୍ପର ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଳାଇ ଯାଇଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ହେଲେ ଅଳ୍ପ ସମୟ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଟ୍ରକ୍କୁ କବଳିତ କରିଦେଇଥିଲା ଏବଂ ଜିଆଇ ତାର ସମେତ ଗାଡ଼ିଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button