ଅପରାଧଜିଲ୍ଲାରାଜ୍ୟ

ଝାରପଡ଼ା ଜେଲ୍‌ରେ ବ୍ରାଉନ୍‌ସୁଗାର୍‌ କାଣ୍ଡ, ନିଶାସେବନରେ ୭ କଏଦୀ ଅସୁସ୍ଥ

ବ୍ରାଉନ୍‌ସୁଗାର୍‌ ଖାଇ ୭ କଏଦୀ ଅସୁସ୍ଥ । ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଅଭାବନୀୟ ଘଟଣା । ୩ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ୨ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

କନକ ବ୍ୟୁରୋ : ବ୍ରାଉନ୍‌ସୁଗାର୍‌ ଖାଇ ୭ କଏଦୀ ଅସୁସ୍ଥ । ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର କାରାଗାରରେ ଅଭାବନୀୟ ଘଟଣା । ୩ ଜଣ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ୨ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଅସୁସ୍ଥ କଏଦୀମାନେ ହେଲେ ସାଜିଦ୍‌ ଖାନ, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଟାଲ୍‌, ବାବୁଲା ପ୍ରଧାନ ଓ ରୁପ ସିଂହ। ରୁପ୍‌ ସିଂହ ଜଣେ ମାଓନେତା ଓ ଗିରଫ ପରେ ସୁରକ୍ଷା ଦୃଷ୍ଟିରୁ ତାକୁ ଝାରପଡ଼ା ଜେଲ୍‌ରେ ରଖାଯାଇଥିଲା । ତେବେ ସବୁଠୁ କଡ଼ାସୁରକ୍ଷା ବଳୟରେ ରହୁଥିବା ଝାରପଡ଼ା ସ୍ବତନ୍ତ୍ର କାରାଗାର ଭିତରକୁ ବ୍ରାଉନ୍‌ସୁଗାର୍‌ ଗଲା କେମିତି, କିଭଳି ଜେଲ୍‌ କର୍ତ୍ତୃପକ୍ଷ ଏହାର ଟେର୍‌ ପାଇଲେନି ତାକୁ ନେଇ ଏବେ ମାଳମାଳ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ସାଜିଦ୍‌ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ଜେଲ୍‌ର ସେଲ୍‌ ନଂ-୨୦, ୨୧, ୯ ଏବଂ ୧ରେ ରହୁଥିବା ୫ କଏଦୀ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ । ପାଟିରୁ ଲାଳ ଓ ଫେଣ ବାହାରିବା ସହ ବାନ୍ତି କରିଥିଲେ । ସେଲ୍‌ ଭିତରୁ କଏଦୀଙ୍କ ଚିତ୍କାର ଶୁଣି ୱାର୍ଡରମାନେ ଧାଇଁ ଆସିଥିଲେ । ଖବର ପାଇ ଜେଲ୍ ଅଧୀକ୍ଷକ ଓ ଜେଲର୍‌ ପହଞ୍ଚି ଅସୁସ୍ଥଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା । କଏଦୀମାନେ ମାତ୍ରାଧିକ ନିଶାସେବନ କରିବାରୁ ଅସୁସ୍ଥ ହୋଇ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ଜେଲ୍‌ ଭିତରକୁ ନିଶାଦ୍ରବ୍ୟ କେମିତି ପଶିଲା ତାକୁ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଛି । ସୁରକ୍ଷା ଦୃଷ୍ଟିରୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଓ ଏମ୍‌ସରେ ସଶସ୍ତ୍ର ପୁଲିସ ଜଗିରହିଛନ୍ତି ।

 

 

 

ସୌଜନ୍ୟ KANAK NEWS

Show More

Leave a Reply

Your email address will not be published. Required fields are marked *

Back to top button