ଥାନା ଅଧିକାରୀଙ୍କ ଦବଙ୍ଗଗିରି : ମାଆଙ୍କ ମଥାରୁ ପୋଛିଦେଲେ ସିନ୍ଦୂର, ପୁଅକୁ ପାଇଖାନା ଭିତରେ ନିର୍ଘାତ ପିଟିଲେ

କେନ୍ଦ୍ରାପଡ଼ା ୨୭।୦୫ : ସବୁ ସୀମା ଟପିଯାଇଛି ପୋଲିସ । କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ମହିଳା ଓ ତାଙ୍କ ପୁଅଙ୍କ ଠାରୁ ଅଭିଯୋଗ ନରଖି ନିର୍ମମ ମାଡ଼ ମାରିଛନ୍ତି । ଏପିରିକି ପୁଅ ଆଗରେ ମାଆର ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ନିର୍ମମ ମାଡ଼ ମାରିଥିବାର ମଧ୍ୟ ଅଭିଯୋଗ ଆସିଛି । ମାଆ ଆଗରେ ପୁଅକୁ ପାଇଖାନା ଭିତରେ ମଧ୍ୟ ନିର୍ଘାତ ମାଡ ମାରିଯାଇଛନ୍ତି ।

ଖବର ଅନୁଯାୟୀ,  କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ବର୍ବରତାର ସବୁ ସୀମା ଟପିଛି । ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ମାପୁଅଙ୍କ ଠାରୁ ଅଭିଯୋଗ ନରଖି ଥାନା ଭିତରେ ନିର୍ମମ ମାଡ ମାରାଯାଇଥିବା ଅଭିଯୋଗ ହୋଇଛି। ପୁଅ ଆଗରେ ମାଆ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ନିର୍ମମ ମାଡ ମରାଯାଇଥିବା ବେଳେ ମାଆ ଆଗରେ ପୁଅକୁ ପାଇଖିନା ଭିତରେ ପୁରାଇ ମାଡ ମରାଯାଇଛି। ଦୀର୍ଘ ୬ ଘଣ୍ଟା କାଳ ଥାନା ଭିତରେ ମାଆ ପୁଅଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯିବା ପରେ ଛଡ଼ାଯାଇଛି । ପୋଲିସ ମାଡରେ ଆହତ ମାଆ ପୁଅ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଆଇଆଇସି ସନ୍ଧ୍ୟାରାଣୀ ଜେନା ଓ ଅନ୍ୟ ଜଣେ କନେଷ୍ଟବଳ ମିଳିତ ଭାବେ ଥାର୍ଡ ଡିଗ୍ରୀ କରିଥିବା ନେଇ ପଟାମୁଣ୍ଡାଇ ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ତେବେ ପୋଲିସର ଏଭଳି ବର୍ବର ବ୍ୟବହାର ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ମାଆ ପୁଅଙ୍କୁ ଅତି ନିର୍ମମ ଭାବେ ମାଡ ମରାଯାଇଥିବାରୁ ତାଙ୍କର ଦେହ ସାରା ମାଡ ଚିହ୍ନ ରହିଛି । ବାଘମାରୀ ପଞ୍ଚାୟତ ଗିରିଆପାହୀ ଗାଁର ପବନ କୁମାର ମଣ୍ଡଳଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଣ୍ଡଳଙ୍କ ଅଭିଯୋଗ ମୁତାବକ ମଙ୍ଗଳବାର ୨୫ ତାରିଖ ସନ୍ଧ୍ୟାରେ ପାରିବାରିକ କଳହକୁ ନେଇ ସେ ଓ ତାଙ୍କ ପୁଅ ଅନନ୍ତ କୁମାର ମଣ୍ଡଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଏତଲା ନରଖି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅନ୍ନପୂର୍ଣ୍ଣାଙ୍କ ଚୁଟି ଘୋଷାଡ଼ି ଅର୍ଦ୍ଧ ଉଲଗ୍ନ କରି ଚାପୁଡା ମାରିବା ସହିତ ମହିଳାଙ୍କ ମଥାରୁ ସିନ୍ଦୁର ପୋଛି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

 

 

 

 

ସୌଜନ୍ୟ Prameya News7