ଜାତୀୟ

Cabinet approval: ୨୦,୦୦୦ କୋଟିର ପ୍ରସ୍ତାବରେ କ୍ୟାବିନେଟ ମୋହର, ଡାକ ବିଭାଗର ଦୁଇ ଯୋଜନାକୁ ଅନୁମୋଦନ

ନୂଆଦିଲ୍ଲୀ,୨୬\୧୧: ବଡ଼ ବଡ଼ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଟନେଲ ବୋରିଙ୍ଗ ମେଶିନ ବା ଟିବିଏମ୍ ଅତ୍ୟନ୍ତ ଜରୁରୀ ଉପକରଣ । ବର୍ତ୍ତମାନ ଏହାର ଆମଦାନି କରିବାକୁ ପଡୁଛି । ଆଗାମୀ ଦିନରେ ଏହାର ନିର୍ମାଣ ଭାରତରେ ହିଁ ହେବ । ଖାଲି ସେତିକି ନୁହେଁ, ନିର୍ମାଣ ସହ ଜଡ଼ିତ ଭାରୀ ଉପକରଣ ଏବେ ଦେଶରେ ହିଁ ଉତ୍ପାଦନ ହେବ । ଏହାର ଇକୋସିଷ୍ଟମ ବିକଶିତ କରିବା ପାଇଁ ସରକାର ୧୧,୦୦୦ କୋଟି ଟଙ୍କାର ଯୋଜନାକୁ ସବୁଜ ପତାକା ଦେଖାଇଛନ୍ତି । ଏହାସହିତ ଆଉ ୪ଟି ପ୍ରକଳ୍ପକୁ ବି ଅନୁମୋଦନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେ, ଆଜିର ବୈଠକରେ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବଗୁଡ଼ିକ ପାଇଁ ୧୯,୯୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ମନ୍ତ୍ରୀମଣ୍ଡଳ ନିର୍ମାଣ ଏବଂ ଭିତ୍ତିଭୂମି ଉପକରଣ(ସିଆଇଇ) ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ଦିଷ୍ଟ ଯୋଜନାକୁ ମଞ୍ଜୁରୀ ଦେଇଛି । ବୈଷ୍ଣବ କହିଲେ ଯେ, ଭାରତର ସିଆଇଇ ଉଦ୍ୟୋଗ ବିଶ୍ୱର ତୃତୀୟ ବୃହତ୍ ଉଦ୍ୟୋଗ । ଆର୍ଥିକବର୍ଷ ୨୦୨୪-୨୫ ସୁଦ୍ଧା ଏହାର ବଜାର ଆକାର ୯୭,୫୦୦ କୋଟି ଟଙ୍କା ରହିଛି । ଏହାସତ୍ତେ୍ୱ ଏହାର ପ୍ରାୟ ୪୫% ଅଂଶ ଆମଦାନି ଜରିଆରେ ପୂରଣ ହୋଇଥାଏ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଉନ୍ନତ ସିଆଇଇରେ ସ୍ୱଦେଶୀ କ୍ଷମତାର ନିର୍ମାଣ କରିବା ଏବଂ ଭାରତକୁ ବିଶ୍ୱ ବଜାରରେ ଏକ ପ୍ରମୁଖ ଉତ୍ପାଦନକାରୀ ଭାବେ ସ୍ଥାପିତ କରିବା ।

 

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button