ଦିନକ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟ ସରକାର, ସବୁ ବିଧାୟକ ରହିବାକୁ ଅପିଲ୍‌

ଭୁବନେଶ୍ୱର ୨୫।୦୪ : ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଲେ ରାଜ୍ୟ ସରକାର। ୩୦ ତାରିଖ ଗୁରୁବାର ଗୋଟିଏ ଦିନ ପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ବସିବ। ଭାରତୀୟ ରାଜନୀତିରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋଚନା ପାଇଁ ଏହି ଅଧିବେଶନ ଡକାଯାଇଛି। ଗୃହରେ ଏ ବାବଦରେ ବିତର୍କ ହେବ।

ସୂଚନା ଯୋଗ୍ୟ ସଂସଦରେ ମହିଳା ସଂରକ୍ଷଣ ସମ୍ପର୍କିତ ବିଲ୍ ଆଣିଥିଲେ କେନ୍ଦ୍ର ସରକାର। ୧୩୧ ତମ ସଂଶୋଧନ ବିଲ୍ ଉପରେ ଦୁଇ ଦିନ ଆଲୋଚନା ହେବା ପରେ ଏହା ଲୋକସଭାରେ କାଟ୍ ଖାଇଯାଇଥିଲା। ଯାହାକୁ ନେଇ ଶାସକ ବିଜେପି ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲା। ରାଜ୍ୟରେ ମଧ୍ୟ ବିଜେପି ନେତାମାନେ ରାସ୍ତାକୁ ଓହ୍ଲାଇବା ସହ ବିରୋଧୀଙ୍କୁ ଏଥିପାଇଁ ଦାୟୀ କରି ସମାଲୋଚନା କରିଥିଲେ। ଏବେ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି ରାଜ୍ୟ ସରକାର। ସମ୍ବିଧାନର ଧାରା ୧୭୪ ଉପଧାରା ୧ ଆଧାରରେ ରାଜ୍ୟପାଳ ଓଡିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ସବୁ ବିଧାୟକମାନେ ଉପସ୍ଥିତ ରହିବାକୁ ଅପିଲ କରାଯାଇଛି।

ସୌଜନ୍ୟ Prameya News7