ରାଜ୍ୟ
ଦୁଇ ନାବାଳକଙ୍କ ଜଘନ୍ୟ କାଣ୍ଡ, ହୋଟେଲରେ ନାବାଳିକାଙ୍କୁ ଦୁଷ୍କର୍ମ !

କଟକ ୧୩।୦୮ : କଟକରେ ଚାଞ୍ଚଲ୍ୟ । ହୋଟେଲରେ ନାବାଳିକା କଲେଜ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। କଟକ ବାଦାମବାଡ଼ିରେ ଥାନାରେ ମାମଲା ରୁଜୁ ହୋଇଛି। କଥା ହେବା ବାହାନାରେ ହୋଟେଲକୁ ଡାକି ନେଇ ଦୁଇ ନାବାଳକ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।
ଖବର ଅନୁଯାୟୀ, କଥା ହେବା ବାହାନାରେ ହୋଟେଲକୁ ଡାକି ନେଇ ୨ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ୨ ଜଣ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ହେପାଜତକୁ ନେଇଛି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ କଲେଜ ସହପାଠୀ।
ସେପଟେ ଘଟଣାକୁ ଘଟଣାକୁ ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ପରେ ପୋଲିସ ଦୁଇ ନାବାଳକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ କଲେଜ ସହପାଠୀ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସୌଜନ୍ୟ ପ୍ରମେୟ




